ପ୍ରତୀପ Pratīpa
- ସଂ. ବି. (ପ୍ରତି=ବିଶେଷ ଭାବରେ+ପା ଧାତୁ=ପାଳନ କରିବା+ଅ) — ଚନ୍ଦ୍ରବଂଶୀୟ ଜଣେ ରାଜା; ଭୀଷ୍ମଙ୍କ ପିତାମହ ଓ ଶାନ୍ତନୁଙ୍କ ପିତା — A king of the lunar-race
- ସଂ. ବିଣ. (ପ୍ରତି=ବିପରୀତ+ପା ଧାତୁ=ପାଳନ କରିବା+ ଭାବ. ଅ) — ବିପରୀତ; ବିରୁଦ୍ଧ — Opposed; opposite
- ସଂ. ବିଣ. (ପ୍ରତି=ବିପରୀତ+ପା ଧାତୁ=ପାଳନ କରିବା+ ଭାବ. ଅ) — ପ୍ରତିକୂଳ — Unfavourable
- ଗ୍ରା. ବି. (ସଂ. ପ୍ରତିପଦ୍) — ପ୍ରତିପତ୍ 1 (ଦେଖ) — ପ୍ରତିପତ୍1(ଦେଖ)Pratipat 1 (See)
- ଗ୍ରା. ବି. (ସଂ. ପ୍ରତିପଦ୍) — ସେ ଦିନୁ ସେ ପିଲା ପ୍ରତିପ ଶଶି ପରି (ବଢ଼ିଲା)। କୃଷ୍ଣସିଂହ, ମହାଭାରତ, ବନ।