ପ୍ରତୀବାପ Pratībāpa

  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ଗଳିତ ଧାତୁ ସଙ୍ଗେ ଦ୍ରବ୍ୟାନ୍ତରର ମିଶ୍ରଣ — Fluxing of metals
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ନ୍ୟାସ — Casting; depositing; entrusting
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — କୌଣସି ବସ୍ତୁର ଆକୃତି, ଅବସ୍ଥା ବା ଗୁଣର ବୈଲକ୍ଷଣ୍ୟ ଉତ୍ପାଦନାର୍ଥ ସେଥିରେ ଦ୍ରବ୍ୟାନ୍ତର ନିକ୍ଷେପ — Adding or throwing a substance into a thing in order to change it
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ରାଜ୍ୟରେ ଘଟିବା ଉପଦ୍ରବ — A public calamity
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ପାନୀୟ ଔଷଧରେ ମିଶାଯିବା ଔଷଧବିଶେଷ — A thing mixed with a medicinal draught
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ସିଦ୍ଧ ହେଉଥିବା ସମୟରେ ବା ପରେ ଔଷଧ ସଙ୍ଗେ କୌଣସି ଉପକରଣ ମିଶାଇବା — Adding something to a medicine during or after decoction
  • ସଂ. ବି (ପ୍ରତି=ପୁନର୍ବାର+ବପ୍ ଧାତୁ=ବୁଣିବା+ଭାବ. ଅ) — ଦୈବୀ ଉପଦ୍ରବ (ହି.ଶ) — A natural calamity; a divine visitation