ଲଗେଇବା Lageibā

  • ଦେ. କ୍ରି — (ସଂ. ଲଗ୍ ଧାତୁ ଣିଜନ୍ତ; ଲାଗିବା କ୍ରିୟାର ଣିଜନ୍ତରୂପ — Causative of Lāgibā)
  • ଦେ. କ୍ରି — ଏକ ବସ୍ତୁ ସଙ୍ଗେ ଅନ୍ଯ ବସ୍ତୁକୁ ସଂଲଗ୍ନ କରିବା; ଯୁକ୍ତ କରିବା; ଯୋଡ଼ିବା — To Attach; to join a thing to another
  • ଦେ. କ୍ରି — [ଯଥା— ଲୁଗାରେ ଜରି ଲଗାଇବା, କାଗଜରେ ଅଠା ଲଗାଇବା]
  • ଦେ. କ୍ରି — [ଉ— ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ। ରାଧାନାଥ, ମହାଯାତ୍ରା।]
  • ଦେ. କ୍ରି — ଦେହରେ ଅଳଙ୍କାରାଦି ପିନ୍ଧିବା; ଭରିବା; ଘେନିବା; ନାଇବା — To put on (dress etc on the body); to wear
  • ଦେ. କ୍ରି — (ଯଥା— ଅଳଙ୍କାର, ମାଳ, ହାର, ପ୍ରଚକ୍ଷୁ ଲଗାଇବା, କୁର୍ତ୍ତା, କୋଟ୍ ଲଗାଇବା।
  • ଦେ. କ୍ରି — [ଉ—ଗନ୍ଧର୍ବ ଅପ୍ସରା ସେ ଫୁଲ ତୋଷରେ, ମାଗି କରି ଆଗ ଲଗାନ୍ତି ଶିର ପରେ। କୃଷ୍ଣସିଂହ. ମହାଭାରତ. ବନ। ଦୁଇ ଆଙ୍ଗୁଠିରେ କଷଣୀ ଲଗାଇଲେ— କୃଷ୍ଣସିଂହ. ମହାଭାରତ, ବନ।]
  • ଦେ. କ୍ରି — (ନିଜର ଦେହରେ ତୈଳାଦି) ବୋଳି ହେବା — To anoint; to besmear oil etc on one's own body
  • ଦେ. କ୍ରି — (ଯଥା, ମାଲପା ବା ତେଲ ଲଗାଇବା, ସିନ୍ଦୂର କଜ୍ଜ୍ୱଳ ଲଗାଇବା।)
  • ଦେ. କ୍ରି — ଲୋକ ଆଦିଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତ କରିବା; ନିୟୋଜିତ କରିବା — To engage or employ persons in a work
  • ଦେ. କ୍ରି — (ଯଥା—ମୂଲିଆ ଲଗାଇବା) ।
  • ଦେ. କ୍ରି — (ଅମୁକରେ) ଅଗ୍ନି ସଂଯୋଗ କରିବା; ଜାଳିବା — To set fire to