ଲଗୁଳ Lagula
- ସଂ. ବି. (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼) — ପ୍ରାଚୀନ ଭାରତର ଯୁଦ୍ଧାସ୍ତ୍ର ବିଶେଷ — Iron staff or lethal cudgel used as a weapon of offence in ancient India
- ସଂ. ବି. (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼) — [ଦ୍ର—ଏହାର ସର୍ବାଙ୍ଗ ଲୌହମୟ, ପାଦଦେଶ ସରୁ, ମସ୍ତକ ବା ଅଗ୍ରଭାଗ ଲୌହ ବଳୟ ଦ୍ୱାରା ଆବଦ୍ଧ ହେଉ ଥିଲା; ସ୍କନ୍ଧ ସ୍ଥୂଳ; ଲମ୍ବରେ ଦୁଇ ହାତ; ଏହା ଅତ୍ୟନ୍ତ ଦୃଢ଼। ପଦାତି ସୈନ୍ୟମାନେ ଏହା ଧରି ଯୁଦ୍ଧ କରୁଥିଲେ। ଆଜି କାଲିର କନିଷ୍ଟବଲମାନଙ୍କ ବ୍ଯବହୃତ ରେଗୁଲେସନ୍ ଲାଠି ସଙ୍ଗେ ଏହା ତୁଳନୀୟ।]
- ସଂ. ବି. (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼) — ସ୍ଥୂଳ ନାତିଦୀର୍ଘ ଯଷ୍ଟି; ଠେଙ୍ଗିଣୀ; ବାଉଁଶ ଠେଙ୍ଗା — A cudgel; club; stick
- ସଂ. ବି. (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼) — [ଦ୍ର—ଏହାର ଅପଭ୍ରଂଶ ଲଉଡ଼ି।]
- ସଂ. ବି. (ଲଗ୍ ଧାତୁ=ଲାଗିବା+କର୍ତ୍ତୃ. ଉ; ଳ= ଡ଼) — (ବୈଦ୍ଯକ) ରକ୍ତ କରବୀର; ନାଲି କରବୀ — The red species of the sweet-scented oleander