ଶିରପା Ṡira pā
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ପାରିତୋଷିକ ରୂପେ ଦିଆଯିବା ବସ୍ତ୍ର — A cloth awarded as a prize to a person
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — [ଉ—ଖଚୁଆ ମିଛୁଆ ଲୋକେ ଶିରପା ପାଇବେ। ପ୍ରାଚୀ—ଶ୍ରୀଗୁରୁଭକ୍ତି ଭକ୍ତି ଗୀତା।]
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ମୁଣ୍ଡରେ ବନ୍ଧାଯିବା ପାଗ — Turban for the head
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ମୁକୁଟ — Crown
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ପାରିତୋଷିକ; ପୁରସ୍କାର — Reward
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ଉପହାର — Present
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ରାଜାମାନେ କୌଣସି ବ୍ଯକ୍ତିକୁ ଉପାଧି ଦେବା କିମ୍ବା କୌଣସି ପ୍ରଜାର ପୋଷ୍ୟ ପୁତ୍ରକୁ ମଞ୍ଜୁର କରିବା କିମ୍ବା ମୃତ ବ୍ଯକ୍ତିର ଉଆରସକୁ ଉତ୍ତରାଧିକାରୀ ସ୍ୱୀକାର କରିବା ଉପଲକ୍ଷରେ ଉକ୍ତ ବ୍ଯକ୍ତିର ମୁଣ୍ଡରେ ବାନ୍ଧି ଦେବା ବସ୍ତ୍ର — A piece of cloth tied round the head of a person on whom a Raja bestows a title or whom a Raja recognises as the adopted son or heir apparent or successor to a person
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — [ଦ୍ର—ଉକ୍ତ ବ୍ଯକ୍ତିକୁ ସନନ୍ଦ ଦିଆଯାଏ ଓ ତା ମୁଣ୍ଡରେ ଶିରପା ବନ୍ଧାଯାଏ। ଶିରପା ବନ୍ଧାହେବା ପରେ ସେ ରାଜଧାନୀରେ ବାଦ୍ୟାଦି ସମଭିବ୍ଯାହାରରେ ବୁଲି ଆସେ।]
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ଦେବତାଙ୍କ ଭଣ୍ଡାରରୁ ବିଶିଷ୍ଟ ଯାତ୍ରୀମାନଙ୍କୁ ଉପହାର ଦିଆଯିବା ବସ୍ତ୍ର — A piece of cloth presented to a distiguished visitor to a shrine
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ଅଶ୍ୱର ଅଗ୍ରପଦ ଉତ୍ତୋଳନ — The lifting of the fore legs by a restive horse; the pawings of a restive horse
- ଦେ. ବି.—(ସଂ. ଶିରଃ ଓ ପାଦ, ତୁଳ ବୈଦିକ ଶିପ୍ରା= ଉଷ୍ଣୀଷ) — ଖିଲ୍ଲତ; ମୁଣ୍ଡରୁ ଗୋଡ଼ଯାକେ ଆବୃତ କରିବା ପୋଷାକ ଯାହା ରାଜଦରବାରରୁ ସମ୍ମାନସୂଚକ ଚିହ୍ନରୂପେ ବ୍ଯକ୍ତି— ବିଶେଷଙ୍କୁ ଦିଆଯାଏ — Full dress given to persons honoured by the Rajaj