ଭୀମରଥୀ Bhīmarathī
- ସଂ. ବି (ଭୀମରଥ+ଈ) — ମନୁଷ୍ୟର ବୟୋଦଶାବିଶେଷ, 77 ବର୍ଷ 7 ମାସ 7 ଦିନ (ବା ରାତି) ବୟଃକ୍ରମ ପୂର୍ଣ୍ଣ ହେବାର ଦଶା — ମନୁଷ୍ୟର ବୟୋଦଶାବିଶେଷ,77ବର୍ଷ7ମାସ7ଦିନ (ବା ରାତି) ବୟଃକ୍ରମ ପୂର୍ଣ୍ଣ ହେବାର ଦଶା—The period of a man's life after he passes the age of 77 years, 7 months and 7 days
- ସଂ. ବି (ଭୀମରଥ+ଈ) — [ଦ୍ର—ହିନ୍ଦୁଙ୍କର ବିଶ୍ୱାସ ଯେ ଏହି ଦଶା ପରେ ମନୁଷ୍ୟ ଜୀବିତ ହେଲେ ପ୍ରତିଦିନ ତାହା ପକ୍ଷରେ ଶତ ସୁବର୍ଣ୍ଣ ଦକ୍ଷିଣାପ୍ରଦ ଯଜ୍ଞ ତୁଲ୍ୟ ହୁଏ, ସେ ଇଚ୍ଛାକ୍ରମେ ଯିବା ଆସିବା କଲେ ତାହା ବିଷ୍ଣୁଙ୍କୁ ପ୍ରଦକ୍ଷିଣ କରିବା ତୁଲ୍ୟ ହୁଏ, ସେ କଥା କହିଲେ ମନ୍ତ୍ର ଜପ ତୁଲ୍ୟ ହୁଏ, ନିଦ୍ରା ତାହା ପକ୍ଷରେ ଧ୍ୟାନ ଓ ଅନଳ ତାହା ପକ୍ଷରେ ସୂର୍ଯ୍ୟ ତୁଲ୍ୟ।]