ବିରାଟ Birāṭa

  • ଦେ. ବିଣ (ବି+ରାଜ୍ ଧାତୁ) — ସୁବୃହତ୍; ବିଶାଳ — Gigantic; enormous; huge
  • ଦେ. ବିଣ (ବି+ରାଜ୍ ଧାତୁ) — ମହତ୍ — Splendid; great; grand
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ବଙ୍ଗଦେଶର ଉତ୍ତରାଂଶରେ ଅବସ୍ଥିତ ଆଧୁନିକ ବଗୁଡ଼ାଜିଲ୍ଲାର ସନ୍ନିହିତ ପ୍ରାଚୀନ ରାଜ୍ୟ ଓ ନଗର (ମତାନ୍ତରେ ଆର୍ଯ୍ଯାବର୍ତ୍ତର ଜୟପୁର ରାଜ୍ୟ) — An ancient country in the north of Bengal, adjoinig the district of Bogra
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — [ଦ୍ର—ଏହି ଦେଶର ରାଜାଙ୍କ ନିକଟରେ ପାଣ୍ଡବମାନେ ଅଜ୍ଞାତ ବନବାସର ତ୍ରୟୋଦଶ ବର୍ଷରେ ପ୍ରଚ୍ଛନ୍ନଭାବରେ କିଛିଦିନ ଅବସ୍ଥାନ କରିଥିଲେ। ଏହି ରାଜାଙ୍କର ଶ୍ୟାଳକ ଓ ସେନାପତି କୀଚକଦ୍ୱାରା ଦ୍ରୌପଦୀ ଅବମାନିତା ହୋଇଥିବାରୁ କୀଚକ ଭୀମଙ୍କଦ୍ୱାରା ହତ ହୋଇ ଥିଲା। ଏ ରାଜାଙ୍କ କନ୍ଯା ଉତ୍ତରାଙ୍କ ସଙ୍ଗେ ଅର୍ଜୁନପୁତ୍ର ଅଭିମନୁଙ୍କର ବିବାହ ହୋଇଥିଲା।]
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ବିରାଟଦେଶର ରାଜା — The king of Birāṭa country
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ମହାଭାରତୋକ୍ତ ପଞ୍ଚପାଣ୍ଡବଙ୍କର ଆଶ୍ରୟଦାତା ବିରାଟର ବା ମତ୍ସ୍ୟଦେଶର ରାଜା — (specially applied to) The king of Birāṭa country in whose court the exiled Pāṇḍaba brothers and taken shelter
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — (ଦର୍ଶନାଶାସ୍ତ୍ର) ସମସ୍ତ ବ୍ରହ୍ମାଣ୍ଡରେ ସମଷ୍ଟିଭାବରେ ବିରାଜିତ ଚୈତନ୍ୟ ବା ସର୍ବବ୍ୟାପୀ ଭଗବାନଙ୍କ ସତ୍ତା — (Hindu philosophy) The Supreme consciousness or Soul pervading the universe
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ପରମେଶ୍ୱର — The omnipresent God
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — କ୍ଷତ୍ରିୟ — A Kshatriya; a man of the military caste amongst the Hindus
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ସ୍ୱାୟମ୍ଭ ବ ମନୁ — The 1st progeny of Brāhmā; the first ancestor of mankind
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — କାନ୍ତି; ଦୀପ୍ତି — Lustre; splendour; beauty
  • ସଂ. ବି (ବି+ରଟ ଧାତୁ+କର୍ମ. ଅ) — ଛନ୍ଦୋବିଶେଷ — name of a Sanskrit metre