ତମୋଽପହ Tamopaha

  • ସଂ. ବିଣ. ପୁଂ. (ତମଃ+ଅପ+ହନ୍ ଧାତୁ+କର୍ତ୍ତୃ. ଅ) — ଅନ୍ଧକାର ଦୂରକାରୀ; ଅଜ୍ଞାନନାଶକ; ମୋହନାଶକ — Dispelling darkness
  • ସଂ. ବି. ପୁଂ — ସୂର୍ଯ୍ୟ — The sun
  • ସଂ. ବି. ପୁଂ — ଚନ୍ଦ୍ର — The moon
  • ସଂ. ବି. ପୁଂ — ଦୀପ — Lamp
  • ସଂ. ବି. ପୁଂ — ଅଗ୍ନି — Fire