ଅକାଳଫଳ Akāḻaphaḻa
- ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅକାଳଜାତ ଫଳ) — ଫଳିବା ଋତୁ ଛଡ଼ା ଅନ୍ୟ ଋତୁରେ ଫଳିବା ଫଳ। — Fruit growing out of season; untimely fruit
- ଦେ. ବି — (ଲକ୍ଷଣାର୍ଥ) ଅକାଳକୁଷ୍ମାଣ୍ଡ (ଦେଖ) — Akāḻakushmāṇḍa (See)
- ଦେ. ବି — (ଲକ୍ଷଣାର୍ଥ) ପିତାମାତାଙ୍କର ସନ୍ତାନୋତ୍ପାଦିକା ଶକ୍ତି ପୂର୍ଣ୍ଣରୂପେ ଲାଭ ନ ହେଉଣୁ ସେମାନଙ୍କଠାରୁ ଜନ୍ମିବା ସନ୍ତାନ। — An offspring of undeveloped parents
- ଦେ. ବି — (ଲକ୍ଷଣାର୍ଥ) ପିତାମାତାଙ୍କର ବଳିଷ୍ଠ ସନ୍ତାନ ଉତ୍ପାଦନ କରିବା ଶକ୍ତି ଲୋପ ହେବା ପରେ ଅର୍ଥାତ୍ ବାର୍ଦ୍ଧକ୍ୟରେ ତାଙ୍କଠାରୁ ଜାତ ସନ୍ତାନ। — An offspring of decrepit or worn out parents
- ଦେ. ବି — (ଲକ୍ଷଣାର୍ଥ) ଗର୍ଭ ଧାରଣର ଦଶ ମାସ ପୂର୍ଣ୍ଣ ନ ହେଉଣୁ ଜନ୍ମିବା ପିଲା। — An offspring born before the full period of conception