ଅକାଳପକ୍ୱ Akāḻapakwa
- ସଂ. ବିଣ. ( 7 ମୀ ତତ୍) — ଅସମୟରେ ପାଚିଥିବା (ଫଳ); ପାଚିବାର ଋତୁ ନ ହେଉଣୁ, ଯେଉଁ ଫଳ ପାଚିଯାଏ; କେଞ୍ଚୁଡ଼ି ପଚା — (fruit) Ripened before time
- ସଂ. ବିଣ. ( 7 ମୀ ତତ୍) — ଯେଉଁ କଞ୍ଚା ଫଳକୁ (ଯଥା—କାଠିଆକଦଳୀ, ଆମ୍ବ, ପଣସ) କୁତ୍ରିମ ଉପାୟରେ (ଯଥା—ଖରା ଦେଇ, ଧୁଆଁ ଦେଇ, ଗୋଇଠା ମାରି) ପଚାଇ ଦିଆଯାଏ। — (young fruit) Made ripen by the employment of artificial means
- ସଂ. ବିଣ. ( 7 ମୀ ତତ୍) — (ଲକ୍ଷଣାର୍ଥ) ବାଲ୍ୟ ବା ଯୁବାକାଳରେ ବୃଦ୍ଧ ଓ ଜ୍ଞାନୀ ବ୍ୟକ୍ତି ପରି ଆଚରଣକାରୀ (ବ୍ୟକ୍ତି)। — (a young man) Conducting himself like an older and wiser man; untimely wise
- ସଂ. ବିଣ. ( 7 ମୀ ତତ୍) — (ଲକ୍ଷଣାର୍ଥ) ସାଂସାରିକ ଅନୁଭବ ନ ଥାଇ କେବଳ ପୁସ୍ତକ ପାଠରୁ ଜ୍ଞାନ ଲାଭ କରି ବୃଦ୍ଧ ଓ ଅନୁଭବୀ ପରି ଆଚରଣକାରୀ (ଯୁବକ)। — (a young man) Conducting himself like a wise old man by means of theoretical knowledge derived from book-lore