ଅକାଳୟୋଗୀ Akāḻaj̄ogī
- ଦେ. ବି. (ସଂ. ଅକାଳ+ଯୋଗିନ୍) — ଯେଉଁ ବ୍ୟକ୍ତି ଅଳ୍ପ ବୟସରେ ବା ଯୁବାବସ୍ଥାରେ ଗୃହ ତ୍ୟାଗ କରି ସନ୍ନ୍ୟାସ ଅବଲମ୍ବନ କରେ; ଗୃହତ୍ୟାଗୀ ଯୁବକ — A person who turns anchorite while very young
- ଦେ. ବି. (ସଂ. ଅକାଳ+ଯୋଗିନ୍) — ଅକାଳ ଯୋଗୀ ସକାଳେ; ପଥ ବଡ଼ ଦୂର / ନଦୀ ତରଙ୍ଗ—ନାବିକ ଧୀରା। ପ୍ରବଚନ।
- ଦେ. ବି. (ସଂ. ଅକାଳ+ଯୋଗିନ୍) — ଦେଶରେ ଅକାଳ ବା ଦୁର୍ଭିକ୍ଷ ପଡ଼ିବାରୁ ଘରେ ଖାଇବାର ସମ୍ବଳ ନ ଥିବାରୁ ଯେଉଁ ବ୍ୟକ୍ତି ଖାଦ୍ୟ ପାଇବା ପାଇଁ ଯୋଗୀ ବା ସନ୍ନ୍ୟାସୀର ଭେକ ଧରିଥାଏ। — A person who assumes the garb of an anchorite in famine-time
- ଦେ. ବି. (ସଂ. ଅକାଳ+ଯୋଗିନ୍) — ଅକାଳ ଯୋଗୀ ମାଧିଆ ତନ୍ତି। ଢଗ।