ଅଧ୍ୟୟନ › Class 10 · ଭୌତିକ ବିଜ୍ଞାନ · ଅଧ୍ୟାୟ 7
ବିଜ୍ଞାନସମ୍ମତ କାରଣ ଦଶାଆ ଆକାଶ କାହିଁକି ନୀଳ ଦେଖାଯାଏ ?
ଆକାଶ ନୀଳ ଦେଖାଯିବାର କାରଣ ହେଉଛି ବାୟୁମଣ୍ଡଳରେ ଆଲୋକର ବିଛୁରଣ।
1. ବାୟୁମଣ୍ଡଳରେ ଥିବା ବାୟୁ ଅଣୁ ଓ ସୂକ୍ଷ୍ମକଣିକାମାନଙ୍କର ଆକାର ଦୃଶ୍ୟମାନ ଆଲୋକର ତରଙ୍ଗଦୈର୍ଘ୍ୟଠାରୁ କମ୍।
2. ସୂର୍ଯ୍ୟାଲୋକ ବାୟୁମଣ୍ଡଳ ମଧ୍ୟରେ ଗତି କଲାବେଳେ ଏହି କଣିକାମାନଙ୍କ ଦ୍ୱାରା ଏହାର ବିଛୁରଣ ହୁଏ।
3. ନୀଳ ଆଲୋକର ତରଙ୍ଗଦୈର୍ଘ୍ୟ ଲାଲ ଆଲୋକଠାରୁ କମ୍ ଥିବାରୁ ନୀଳ ଆଲୋକ ଅଧିକ ବିଛୁରିତ ହୁଏ।
4. ଲାଲ ଆଲୋକର ତରଙ୍ଗଦୈର୍ଘ୍ୟ ନୀଳ ଆଲୋକର ପ୍ରାୟ ୧.୮ ଗୁଣ ହୋଇଥିବାରୁ ଏହାର ବିଛୁରଣ ତୁଳନାମୂଳକ ଭାବେ କମ୍।
5. ବାୟୁମଣ୍ଡଳରେ ବିଛୁରିତ ନୀଳ ଆଲୋକ ଆମ ଚକ୍ଷୁରେ ପ୍ରବେଶ କରେ।
6. ତେଣୁ ଆମେ ଆକାଶକୁ ନୀଳ ଦେଖୁଥାଉ।
ଯଦି ପୃଥିବୀ ଚାରିପାଖରେ ବାୟୁମଣ୍ଡଳ ନଥାନ୍ତା, ତେବେ ଆଲୋକର ବିଛୁରଣ ହୋଇନଥାନ୍ତା ଏବଂ ଆକାଶ ଅନ୍ଧକାରମୟ ଦେଖାଯାଇଥାନ୍ତା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- କେଉଁ କେଉଁ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଚକ୍ଷୁଦାନ କରିପାରିବେ?
- ବିଜ୍ଞାନସମ୍ମତ କାରଣ ଦଶାଆ ତାରାଗୁଡିକ କାହିଁକି ଦପ୍ଦପ୍ ହୁଏ ?
- ଚକ୍ଷୁ ଲେନ୍ସର ବକ୍ରତା କିପରି ବଦଳିଥାଏ ଏବଂ ଏହା ନିକଟ ବସ୍ତୁ ଦେଖିବା ପ୍ରକ୍ରିୟାରେ କିପରି ସାହାଯ୍ୟ କରେ?
- ତାରାମାନେ ଦପ୍ ଦପ୍ ହେବା ପ୍ରକ୍ରିୟାଟିକୁ ବାୟୁମଣ୍ଡଳୀୟ ପ୍ରତିସରଣ ସହିତ ବର୍ଣ୍ଣନା କର।
- ବର୍ଣ୍ଣାଳୀ (Spectrum) କହିଲେ କଣ?