ହଳାୟୂଧ Haḻāyudha
- ସଂ. ବି. ପୁଂ—(ବହୁବ୍ରୀହି; ହଳ+ଆୟୁଧ) — ବଳରାମ; ବଳଦେବଙ୍କ (ଶ୍ରୀକୃଷ୍ଣଙ୍କ ଭାଇ) — Baḻarāma; elder step-brother of Ṡrikṛushṇa
- ଦେ. ବି — (ନାମ) ବଙ୍ଗରାଜ ଲକ୍ଷ୍ମଣ ସେନଙ୍କ ମନ୍ତ୍ରୀ ଓ ବ୍ରାହ୍ମଣ ସର୍ବସ୍ୱ ଓ ପଣ୍ଡିତ ସର୍ବସ୍ୱ ଗ୍ରନ୍ଥର ସଂକଳୟିତା — Name of a minister of king Lakshmaṇa Sen of Bengal
- ଦେ. ବି — [ଦ୍ର—ଉତ୍କଳ ଦେଶ ପ୍ରଚଳିତ "ପଣ୍ଡିତ ସର୍ବସ୍ୱ" ନାମକ ସ୍ମୃତିଗ୍ରନ୍ଥ ଏହି ହଳାୟୁଧଙ୍କ ଦ୍ୱାରା ରଚିତ ହୋଇଥିଲା। ଆଠମଲ୍ଲିକର ରାଜା ଶ୍ରୀ କିଶୋରଚନ୍ଦ୍ର ଦେବଙ୍କ ପ୍ରକାଶିତ ପଣ୍ଡିତ ସର୍ବସ୍ୱ ଗ୍ରନ୍ଥର ଭୂମିକାରେ ଦେବାନ ପଣ୍ଡିତ ଶ୍ରୀ ବାମଦେବ ମିଶ୍ର ବି. ଏ. ପ୍ରମାଣ କରି ଅଛନ୍ତି ଯେ, ହଳାୟୁଧ ଉତ୍କଳୀୟ ବ୍ରାହ୍ମଣ ଥିଲେ ଏବଂ ବଙ୍ଗ ଦେଶରେ ନିଜର ପାଣ୍ଡିତ୍ୟ ପ୍ରକର୍ଷ ହେତୁରୁ ତତ୍ରତ୍ୟ ରାଜା ଲକ୍ଷ୍ମଣ ସେନଙ୍କର ମନ୍ତ୍ରିତ୍ୱ ଲାଭ କରିଥିଲେ।]