ହଳିଆ Haḻiā
- ଦେ. ବି—(ଅନାଦରାର୍ଥ) — ହଳଧରର ଡାକ ନାମ — Nickname of Haḻadhara
- ଦେ. ବି—(ଅନାଦରାର୍ଥ) — ହଳ କାମରେ ନିଯୁକ୍ତ ଚାକର ବା ମୂଲିଆ — A servant or labourer engaged for ploughing
- ଦେ. ବି—(ଅନାଦରାର୍ଥ) — [ଉ—ହଳିଆ 12 ଜଣ, ଏମାନେ ବାର— ମାସିଆ, ଜାତିରେ ବାଉରୀ; ତିନିଜଣ ପାଣ— ଫକୀରମୋହନ, ଛମାଣ ଆଠଗୁଣ୍ଠ]। — [ଉ—ହଳିଆ12ଜଣ, ଏମାନେ ବାର— ମାସିଆ, ଜାତିରେ ବାଉରୀ; ତିନିଜଣ ପାଣ— ଫକୀରମୋହନ, ଛମାଣ ଆଠଗୁଣ୍ଠ]
- ଦେ. ବି—(ଅନାଦରାର୍ଥ) — ହାଳିକ; ଚଷା — Cultivator
- ଦେ. ବିଣ—(ସଂ. ହାଳିକ) — ହଳକାମରେ ନିଯୁକ୍ତ (ପଶୁ ଓ ଲୋକ) — Engaged in the operation of ploughing
- ଦେ. ବିଣ—(ସଂ. ହାଳିକ) — [ଉ—ସେହି ଟଙ୍କାରେ ହଳିଆ ବଳଦ ଓ ଚାଷସରଞ୍ଜାମ କିଣି ଆପଣା ଚାଷରେ ଲାଗିଗଲା—ଫକୀରମୋହନ, ଗଳ୍ପସ୍ୱଳ୍ପ]
- ଦେ. ବିଣ—(ସଂ. ହାଳିକ) — ହଳକାର୍ଯ୍ୟ ସମ୍ବନ୍ଧୀୟ — Relating to ploughing or agriculture
- ଦେ. ବିଣ—(ସଂ. ହାଳିକ) — ଚଷାଣ୍ଡିଆ; ଚଷାପରି ଆଖାଡ଼ୁଆ — Churlish
- ପ୍ରାଦେ. (ଗଡ଼ଜାତ; ମେଦିନୀପୁର) ବି — ହଳ କାମରେ ନିଯୁକ୍ତ ବଳଦ — Plough-bullock