ସୁମୁଖ Sumukha
- ସଂ. ବି (କର୍ମଧା) — ସୁନ୍ଦର ମୁଖ — Nice face
- ସଂ. ବି (କର୍ମଧା) — (ବହୁବ୍ରୀହି) ରତିଶାସ୍ତ୍ରବର୍ଣ୍ଣିତ ନଖକ୍ଷତବିଶେଷ (ଶବ୍ଦ ରତ୍ନାବଳୀ) — Name of a kind of scratch with the nails
- ସଂ. ବି (କର୍ମଧା) — (ନାମ) ଗରୁଡ଼ଙ୍କର ଏକ ପୁତ୍ର (ଶବ୍ଦ ରତ୍ନାବଳୀ) — Name of a son of 'Garuṟḍ̠a'
- ସଂ. ବି (କର୍ମଧା) — ଗଣେଶ (ଶବ୍ଦ ରତ୍ନାବଳୀ) — God Ganeṡa
- ସଂ. ବି (କର୍ମଧା) — ଶାକଭେଦ (ଶବ୍ଦ ରତ୍ନାବଳୀ) — Name of a potherb
- ସଂ. ବି (କର୍ମଧା) — ନାଗ— ଭେଦ (ଶବ୍ଦ ରତ୍ନାବଳୀ) — Name of a serpent
- ସଂ. ବି (କର୍ମଧା) — [ଦ୍ର—ଏ ଐରାବତ ବଂଶୋଦ୍ଭବ ଆର୍ଯ୍ୟକଙ୍କ ପୁତ୍ର। ଏ ମାତଳୀ-କନ୍ଯା ଗୁଣକେଶୀର ପାଣିଗ୍ରହଣ କରିଥିଲେ। ଏକଦା ଗରୁଡ଼ ଏହାଙ୍କୁ ଖାଇବାକୁ ସ୍ଥିର କଲାରୁ ଏ ଇନ୍ଦ୍ରଙ୍କ ଶରଣ ନେଲେ। ବିଷ୍ଣୁଙ୍କ ଆଦେଶରେ ଇନ୍ଦ୍ର ଏହାଙ୍କୁ ଦୀର୍ଘାୟୁ ଦେଲେ। କିନ୍ତୁ ଗରୁଡ଼ ନିଜର ବଳ ଦେଖାଇବାକୁ ଯାଇ ବିଷ୍ଣୁଙ୍କ ସମକ୍ଷରେ ଇନ୍ଦ୍ରଙ୍କୁ ସ୍ପର୍ଦ୍ଧା କରିବାରୁ ଓ ବିଷ୍ଣୁ ଗରୁଡ଼ର କାନ୍ଧରେ ନିଜର ବାହୁ ରଖିବାରୁ ଗରୁଡ଼ ସେ ବାହୁର ଭାରରେ ମୃତବତ୍ ହୋଇ ବିଷ୍ଣୁଙ୍କୁ ସ୍ତବ କଲେ। ବିଷ୍ଣୁ ପ୍ରୀତ ହୋଇ ଗରୁଡ଼ଙ୍କ ଦୋଷ କ୍ଷମା କଲେ ଏବଂ ନିଜ ପାଦ ଦ୍ୱାରା ଏ ନାଗକୁ ଗରୁଡ଼ଙ୍କ ବକ୍ଷସ୍ଥଳକୁ ପକାଇଦେଲେ। ସେହି ଦିନଠାରୁ ଗରୁଡ଼ ଓ ସୁମୁଖଙ୍କ ମଧ୍ୟରେ ବନ୍ଧୁତା ହେଲା।]
- ସଂ. ବି (କର୍ମଧା) — ପଣ୍ଡିତ (ବିଶ୍ୱ) — Learned man
- ସଂ. ବି (କର୍ମଧା) — ସିତାର୍ଜ୍ଜକ (ରାଜନିର୍ଘଣ୍ଟ) (ଦେଖ) — Sitārjjaka (See)
- ସଂ. ବି (କର୍ମଧା) — ବନ ବର୍ବରିକା (ରାଜନିର୍ଘଣ୍ଟ) — The wild black basil plant
- ସଂ. ବି (କର୍ମଧା) — ଶିବ (ହି. ଶ) — Ṡiba
- ସଂ. ବି (କର୍ମଧା) — (ନାମ) ଦ୍ରୋଣଙ୍କର ଏକ ପୁତ୍ର — A son of Droṇa