ସୁମିତ୍ରା Sumitrā
- ସଂ. ବି. ସ୍ତ୍ରୀ (ସୁ+ମିତ୍ର+ଆ) — ଦଶରଥଙ୍କ ତୃତୀୟା ରାଣୀ; ଶତ୍ରୁଘ୍ନ ଓ ଲକ୍ଷ୍ମଣଙ୍କ ମାତା — Name of the mother of Ṡatrughna and Lakshmaṇa
- ସଂ. ବି. ସ୍ତ୍ରୀ (ସୁ+ମିତ୍ର+ଆ) — [ଦ୍ର—ଏ ଦଶରଥଙ୍କ ତୃତୀୟା ପତ୍ନୀ। କୌଶଲ୍ୟା ଓ କୈକେୟୀଙ୍କୁ ଦଶରଥ ଯେଉଁ ଚରୁଅନ୍ନ ଦେଇଥିଲେ, ସେ ଦୁହେଁ ନିଜନିଜର ଅଂଶରୁ ଏକ ଏକ ଭାଗ କାଢ଼ି ଏହାଙ୍କୁ ଦେଲେ; ତାହା ଖାଇବାରୁ ଏହାଙ୍କ ଗର୍ଭରୁ ଲକ୍ଷ୍ମଣ ଓ ଶତ୍ରୁଘ୍ନ ଯାଆଁଳା ପୁଅ ଜନ୍ମି ଥିଲେ। ରାମଙ୍କ ସଙ୍ଗେ ଲକ୍ଷ୍ମଣ ବନବାସ ଗଲାରୁ ଓ ଦଶରଥଙ୍କ ମୃତ୍ୟୁ ହେବାରୁ ଏ ଅତି ଦୁଃଖରେ ଥିଲେ ଓ ରାମଙ୍କର ବନବାସରୁ ଫେରିବା ପରେ ଏ ସୁଖରେ କାଳ କଟାଇଲେ। ରାମଙ୍କ ସଙ୍ଗେ ବନକୁ ଯିବାକୁ ଏ ଲକ୍ଷ୍ମଣଙ୍କୁ ଅନୁମତି ଦେଇଥିଲେ ଏବଂ ଲକ୍ଷ୍ମଣଙ୍କୁ ଏହି ଉପଦେଶ ଦେଇଥିଲେ, 'ରାମଙ୍କୁ ପିତା, ଓ ସୀତାଙ୍କୁ ମାତା ବୋଲି ଜ୍ଞାନ କରି ଚଳିବୁ।' କୌଶଲ୍ୟାଙ୍କ ମୃତ୍ୟୁ ପରେ ଏହାଙ୍କର ଦେହାନ୍ତ ହୋଇଥିଲା।]
- ସଂ. ବି. ସ୍ତ୍ରୀ (ସୁ+ମିତ୍ର+ଆ) — (ନାମ) ମାର୍କଣ୍ଡେୟଙ୍କ ମାତା — Mother of sage Mārkaṇḍeya
- ଦେ. ବି. ସ୍ତ୍ରୀ — ସ୍ତ୍ରୀମାନଙ୍କ ନାମ — A name given to females