ସମ୍ପୁଟ Sampuṭa

  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ପେଡ଼ା; କାଠ ପେଡ଼ି — A wooden case
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ପେଡ଼ି; ଦୁଇଫାଳ ଯୁକ୍ତ ପେଟରା — A box with a lower part and a removable upper lid; a case with a cover; covered box
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ଫରୁଆ; କରାଟ — Casket
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ପୋଟଳା; ପୁଡ଼ା — Bundle; packet
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ଏକପ୍ରକାର ପ୍ରେମାଲିଙ୍ଗନ; ରତିବନ୍ଧ ବିଶେଷ — A form of amatory embrace during coition
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — [ଦ୍ର—ଏଥିରେ ପୁରୁଷ ଉଭୟ ପାଦକୁ ସଂପ୍ରସାରିତ କରି ଶଯ୍ଯାଗତକପୋଳକ ହୋଇ ରମଣ କରେ—ରତିମଞ୍ଜରୀ।]
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — (ବୈଦ୍ଯକ)—କୁରବକ; ଦାସକେରେଣ୍ଟା ଗୁଳ୍ମ — Barlaria Cristata plant
  • ସଂ. ବି (ସମ୍+ପୁଟ୍ ଧାତୁ=ଲଗ୍ନ ହେବା+ଅଧି. ଅ) — ଗାତ; ଖୋଲ — A cavity (Apte)
  • ସଂ. ବିଣ (+କର୍ତ୍ତୃ. ଅ) — ମିଳିତ; ଯୁକ୍ତ — Joined together
  • ସଂ. ବିଣ (+କର୍ତ୍ତୃ. ଅ) — ଏକଜାତୀୟ ଦୁଇ ପଦାର୍ଥର ମଧ୍ୟବର୍ତ୍ତୀ — Placed within two things of the same kind
  • ସଂ. ବିଣ (+କର୍ତ୍ତୃ. ଅ) — କୌଣସି ମନ୍ତ୍ରକୁ ପ୍ରତ୍ୟେକ ଶ୍ଳୋକର ପୂର୍ବରେ ଓ ପରେ ଉଚ୍ଚାରଣ ପୂର୍ବକ ବୋଲାଯିବା (ଚଣ୍ଡୀପୁରାଣ) — (Pūrāṇa) of which every sloka is preceded and follow by the utterance of a particular formula