ସଂଯୋଗ Saṁj̄oga
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ସମ୍ମେଳନ; ମିଳିତ ହେବା; ପରସ୍ପର ସହିତ ମିଳନ — Meeting; union; association; conjunction
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — (ନ୍ଯାୟଦର୍ଶନ) ଦୂରସ୍ଥ ବା ଅପ୍ରାପ୍ତ ବସ୍ତୁଦ୍ୱୟର ପରସ୍ପର ପ୍ରାପ୍ତି ବା ଯୋଗ — (Nyāya-Philosophy) The junction of two things which were hereto separeted
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — [ଦ୍ର— ନ୍ଯାୟ ଦର୍ଶନ ମତରେ ଏହା ଅପ୍ରାପ୍ତ ବସ୍ତୁଦ୍ୱୟର ପ୍ରାପ୍ତିରୂପ ସଂବନ୍ଧ। ଏହା ତ୍ରିବିଧ; ଯଥା— 1 । ଏକ କର୍ମଜନ୍ୟ (ଯେଉଁଠାରେ ଦୁହିଁଙ୍କ ମଧ୍ୟରୁ ଏକ ବସ୍ତୁ ଅନ୍ଯ ବସ୍ତୁର ନିକଟକୁ ଆସେ; ଯଥା—ପର୍ବତରେ ପକ୍ଷି ସଂଯୋଗ।) — [ଦ୍ର— ନ୍ଯାୟ ଦର୍ଶନ ମତରେ ଏହା ଅପ୍ରାପ୍ତ ବସ୍ତୁଦ୍ୱୟର ପ୍ରାପ୍ତିରୂପ ସଂବନ୍ଧ ଏହା ତ୍ରିବିଧ; ଯଥା—1 ଏକ କର୍ମଜନ୍ୟ (ଯେଉଁଠାରେ ଦୁହିଁଙ୍କ ମଧ୍ୟରୁ ଏକ ବସ୍ତୁ ଅନ୍ଯ ବସ୍ତୁର ନିକଟକୁ ଆସେ; ଯଥା—ପର୍ବତରେ ପକ୍ଷି ସଂଯୋଗ)
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ଉଭୟ କର୍ମଜନ୍ୟ (ଯେଉଁ ଠାରେ ଉଭୟ ବସ୍ତୁ ପରସ୍ପର ନିକଟକୁ ଆସନ୍ତି; ଯଥା—ପଶୁଦ୍ୱୟସଂଯୋଗ।)
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — କର୍ମଜନ୍ୟ ସଂଯୋଗ (ଯେଉଁଠାରେ କୌଣସି କର୍ମ— ଯୋଗୁ ଏକ ବସ୍ତୁରେ ଅନ୍ଯ ପଦାର୍ଥର ସଂଯୋଗ ଘଟେ; ଯଥା—ଅଭିଘାତିଦ୍ୱାରା ବୀଣାରେ ଶବ୍ଦସଂଯୋଗ।)
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ସଂଘଟନ — Cohesion
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ମିଶ୍ରଣ — Mixing up
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — (ଗଣିତ) ଏକାଧିକ ରାଶିକୁ ଯୋଗ କରିବା; ମିଶାଣ — (arithmetic) Addition of numbers
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ସଂପର୍କ — Connection; contact
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ସଂଗମ; ମୈଥୁନ — Copulation
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ଅଳଙ୍କାର ବା ଆଭରଣାଦିର ଏକସାର — A set (of ornaments or dress) (Apte)
- ସଂ. ବି (ସମ୍+ଯୁଜ୍ ଧାତୁ+ଭାବ ଅ) — ପରସ୍ପରଙ୍କ ସାଧାରଣ ଉଦ୍ଦେଶ୍ୟ ସାଧାନାର୍ଥ ଦୁଇରାଜଙ୍କ ମଧ୍ୟରେ ସଖ୍ୟ ସ୍ଥାପନ — Alliance between two kings or powers for a common object (Apte)