ଲିପିବା Lipibā
- ଦେ. କ୍ରି (ସଂ. ଲିପ୍ ଧାତୁ) — ଲେପିବା; କୌଣସି ବସ୍ତୁ ଉପରେ କୌଣସି ତରଳ ବସ୍ତୁକୁ ପତଳା କରି ବୋଳିବା — To anoint; to smear a liquid substance over a thing; to lay a thin layer of any liquid over a thing
- ଦେ. କ୍ରି (ସଂ. ଲିପ୍ ଧାତୁ) — [ଦ୍ର—ଏ କ୍ରିୟାର ସହଚରରୂପେ ଲେଖିବା, ପୋଛିବା, ଝୋଟି ଦେବା, ମୁରୁଜ ଦେବା ଆଦି କ୍ରିୟା ବ୍ଯବହୃତ ହୁଏ। ଭିନ୍ନ ଭିନ୍ନ ପଦାର୍ଥ ଦେହ ଓ ସ୍ଥାନ ଆଦିରେ ଲିପାଯାଏ। ଯଥା—(ଦେହରେ) ଚନ୍ଦନ ଲିପିବା; (କାନ୍ଥରେ) ଗୋବର, ମାଟି ଗୋବର, ଗୋରୁ, ବନମାଟି, ରଙ୍ଗ ଆଦି ଲିପିବା।
- ଦେ. କ୍ରି (ସଂ. ଲିପ୍ ଧାତୁ) — [ଲିପାଯି(ହେ)ବା—କର୍ମବାଚ୍ୟରୂପ]