ଭେଦିବା Bhedibā
- ଦେ. କ୍ରି. (ସଂ. ଭିଦ୍ ଧାତୁ) — ଭେଦ କରିବା; ବିଦାରଣ କରିବା — To penetrate; to pierce
- ଦେ. କ୍ରି. (ସଂ. ଭିଦ୍ ଧାତୁ) — (ଉ— ଦ୍ରୁପଦଙ୍କ ଘରେ ଯାଇ ବେଦି ଭେଦି, ଜାତ ହେଲେ ଶଚୀ ଅଂଶରେ ଦ୍ରୌପଦୀ। କୃଷ୍ଣସିଂହ. ମହାଭାରତ. ଆଦି।)
- ଦେ. କ୍ରି. (ସଂ. ଭିଦ୍ ଧାତୁ) — (ଜଳ) ପଦାର୍ଥ ମଧ୍ୟରେ ପ୍ରବେଶ କରିବା — To soak or pass through (said of water)
- ଦେ. କ୍ରି. (ସଂ. ଭିଦ୍ ଧାତୁ) — (ଉ—ତହିଁ ଯେ ବ୍ରହ୍ମଶାଳା ଭାଗିରଥୀ ନଦୀ, ରହିଣ ବହୁଛନ୍ତି ପାତାଳକୁ ଭେଦି। କୃଷ୍ଣସିଂହ. ମହାଭାରତ. ବନ।)
- ଦେ. କ୍ରି. (ସଂ. ଭିଦ୍ ଧାତୁ) — କୌଣସି ବିଷୟର ରହସ୍ୟ ଭେଦ କରିବା — To pry into the secrets of a matter
- ଦେ. କ୍ରି. (ସଂ. ଭିଦ୍ ଧାତୁ) — କୌଣସି ବିଷୟ ଉତ୍ତମରୂପେ ଜାଣିବା — To know a matter well; to be well conversant with a matter
- ଦେ. କ୍ରି. (ସଂ. ଭିଦ୍ ଧାତୁ) — ମୋହିବା; ତରଳାଇବା — To charm; to melt (one's heart)
- ଦେ. କ୍ରି. (ସଂ. ଭିଦ୍ ଧାତୁ) — (ଉ—କାଳିନ୍ଦୀ ତଟେ ତୋ କୁମର; ହୃଦୟ ଭେଦିଲା ଆମ୍ଭର। ଜଗନ୍ନାଥ. ଭାଗବତ।)