ବିଷାଇବା Bishāibā
- ଦେ. କ୍ରି—(ସଂ. ବିଷଶବ୍ଦରୁ ଓଡ଼ିଆ ନାମଧାତୁ) — ବିଷଯୁକ୍ତ କରିବା; ବିଷମୟ କରିବା — To poison; to make poisonous
- ଦେ. କ୍ରି—(ସଂ. ବିଷଶବ୍ଦରୁ ଓଡ଼ିଆ ନାମଧାତୁ) — (ଉ— ବିଷାଇ ମଧୁଅତନୁ, ବନେ ଚମକିତ ତନୁ। ଭଞ୍ଜ ବୈଦେହୀଶବିଳାସ।
- ଦେ. କ୍ରି—(ସଂ. ବିଷଶବ୍ଦରୁ ଓଡ଼ିଆ ନାମଧାତୁ) — ବିଷ ବୋଳିବା — To besmear with poison
- ଦେ. କ୍ରି—(ସଂ. ବିଷଶବ୍ଦରୁ ଓଡ଼ିଆ ନାମଧାତୁ) — (ଉ—ଲୋଚନ ଅମୋହ ଶର କଜ୍ଜ୍ୱଳ ବିଷାଇ। ଶିଶୁଶଙ୍କର. ଉଷା ଅଭିଳାଷ)
- ଦେ. କ୍ରି—(ସଂ. ବିଷଶବ୍ଦରୁ ଓଡ଼ିଆ ନାମଧାତୁ) — ବିଷମୟ ହେବା — To become poisonous