ବିରୁଳି Biruḻi

  • ଦେ. ବି (ସଂ. ଭୃଙ୍ଗରୋଳ; ବରଟ; ବରଳା) — ଭିରୁଡ଼ି; ଭଅଁର; ହଳଦିଆ ଓ ନାଲିରଙ୍ଗ ବିଶିଷ୍ଟ ଭୃଙ୍ଗ; ପୀତ ଭ୍ରମର — The yellow wasp; Vespa; hornet
  • ଦେ. ବି (ସଂ. ଭୃଙ୍ଗରୋଳ; ବରଟ; ବରଳା) — [ଦ୍ର—ଏମାନଙ୍କ ଦେହରେ ହଳଦିଆ ଓ ନାଲି ଡୋରା ଥାଏ। ଏମାନେ ମହୁମାଛିମାନଙ୍କର ପରି ଫେଣା ବାନ୍ଧନ୍ତି; କିନ୍ତୁ ଏମାନଙ୍କୁ ମଧୁସଞ୍ଚୟ କରିବାର ଦେଖାଯାଏ ନାହିଁ। ଏମାନଙ୍କର ନାହୁଡ଼ି ଅଛି ଓ ଏମାନଙ୍କ ଦଂଶନ ବିଶେଷ ଯନ୍ତ୍ରଣାପ୍ରଦ। ଏମାନେ ମହୁମାଛିମାନଙ୍କଠାରୁ ଲମ୍ବ ଓ ଏମାନଙ୍କ କଟି ଅତି କ୍ଷୀଣ। ଏମାନଙ୍କର ଦୁଇଟି ଲେଖାଏଁ ନିଶ ଅଛି। ନିଶଦ୍ୱୟ ଦୁଇଟି ରେଫ୍ (') ପରି ଦେଖାଯାଏ; ଏଥିପାଇଁ ଏମାନଙ୍କୁ ଦ୍ୱିରେଫ ବୋଲାଯାଏ। ଏମାନେ ଦଳବଦ୍ଧ ହୋଇ ବାସକରନ୍ତି; ତୋଫା ହଳଦିଆ, ତୋଫା— କଳା, ନେଳି, ନାଲି ଓ ହଳଦିଆ ଡୋରାଯୁକ୍ତ ନାନା ଜାତିର ବିରୁଡ଼ି ଦେଖାଯାନ୍ତି।]