ବିରୂପାକ୍ଷ Birūpāksha

  • ସଂ. ବି (ବହୁବ୍ରୀହି; ବିରୂପ=କୁତ୍ସିତ+ଅକ୍ଷି; ଯାହାଙ୍କର ତିନିଗୋଟି ଆଖି ଥିବାରୁ ଯେ କୁତ୍ସିତ ଦେଖା— ଯାଆନ୍ତି) — ମହାଦେବ; ତ୍ରିଲୋଚନ — Ṡiba
  • ସଂ. ବି (ବହୁବ୍ରୀହି; ବିରୂପ=କୁତ୍ସିତ+ଅକ୍ଷି; ଯାହାଙ୍କର ତିନିଗୋଟି ଆଖି ଥିବାରୁ ଯେ କୁତ୍ସିତ ଦେଖା— ଯାଆନ୍ତି) — ବ୍ରହ୍ମାଙ୍କ ମସ୍ତକରୁ ଜାତ ରୁଦ୍ରବିଶେଷ — Name of a class of Rudra Deities
  • ସଂ. ବି (ବହୁବ୍ରୀହି; ବିରୂପ=କୁତ୍ସିତ+ଅକ୍ଷି; ଯାହାଙ୍କର ତିନିଗୋଟି ଆଖି ଥିବାରୁ ଯେ କୁତ୍ସିତ ଦେଖା— ଯାଆନ୍ତି) — ରାକ୍ଷସବିଶେଷ — Name of a demon
  • ସଂ. ବି (ବହୁବ୍ରୀହି; ବିରୂପ=କୁତ୍ସିତ+ଅକ୍ଷି; ଯାହାଙ୍କର ତିନିଗୋଟି ଆଖି ଥିବାରୁ ଯେ କୁତ୍ସିତ ଦେଖା— ଯାଆନ୍ତି) — (ଉ—ବିରୂପାକ୍ଷ ସ୍ଥାନେ ଦରଶବଦ ଯେ ଦ୍ୱିବିଧ ଅର୍ଥରେ ଘୋଟି—ଭଞ୍ଜ. ବୈଦେହୀଶ ବିଳାସ।)
  • ସଂ. ବିଣ — କୁତ୍ସିତ ବା ବିକୃତ ଚକ୍ଷୁବିଶିଷ୍ଟ — Having an ugly eye or eyes
  • ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males