ପ୍ରବାସୀ Prabāsī
- ସଂ. ବିଣ. ପୁଂ.—(ପ୍ରବାସ+ଇନ୍; ଅଥବା ପ୍ର+ବସ୍ ଧାତୁ + କର୍ତ୍ତୃ. ଇନ୍; 1 ମା. 1 ବ) — ଯେ ପ୍ରବାସରେ ଥାଏ; ପ୍ରୋଷିତ — Sojourning; living abroad
- ଦେ. ବି — ପ୍ରବାସୀ ବ୍ୟକ୍ତି — A sojourner
- ଦେ. ବି — ବିଦେଶରୁ ଆସି ବାସ କରିଥିବା ବ୍ୟକ୍ତି — A stranger
- ଦେ. ବି — ଯେଉଁ ବ୍ୟକ୍ତି ଅନ୍ୟ ଲୋକର ଘରେ ବସା କରିଥାଏ — A lodger