ପରକୀୟା Parakīyā
- ସଂ. ବି. ସ୍ତ୍ରୀ. (ପରକୀୟ+ଆ) — ପରକୀୟର ସ୍ତ୍ରୀଲିଙ୍ଗ — Feminine of Parakīyā
- ସଂ. ବି. ସ୍ତ୍ରୀ. (ପରକୀୟ+ସ୍ତ୍ରୀ. ଆ) — ପର ପୁରୁଷ ପ୍ରତି ଆକୃଷ୍ଟା ସ୍ତ୍ରୀ — A woman devoted a paramour
- ସଂ. ବି. ସ୍ତ୍ରୀ. (ପରକୀୟ+ସ୍ତ୍ରୀ. ଆ) — କାବ୍ୟବର୍ଣ୍ଣିତ ନାୟିକାବିଶେଷ — A class of heroines described in love-stories
- ସଂ. ବି. ସ୍ତ୍ରୀ. (ପରକୀୟ+ସ୍ତ୍ରୀ. ଆ) — [ଦ୍ର—ସଂସ୍କୃତ କାବ୍ୟମାନଙ୍କର ନାୟିକାମାନଙ୍କୁ 3 ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା—ସ୍ୱୀୟା ବା ସ୍ୱକୀୟା (ସ୍ୱାମୀ ପ୍ରତି ଆସକ୍ତା) ଅନ୍ୟା ବା ପରକୀୟା (ପରପୁରୁଷ ପ୍ରତି ଆସକ୍ତା), ସାଧାରଣସ୍ତ୍ରୀ (ବେଶ୍ୟା)। ପରକୀୟା ନାୟିକାଙ୍କର ଦୁଇ ଭେଦ; ଯଥା—ଅନୂଢ଼ା (ଅବିବାହିତା) ଓ ଊଢ଼ା (ବିବାହିତା)। ସ୍ୱେଚ୍ଛାକ୍ରମେ ପରପୁରୁଷ— ଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ବୁଦ୍ଧା ଓ ପର ପୁରୁଷର କୌଶଳ ବା ଚତୁରତାକ୍ରମେ ତାହାଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ବୋଧିତା ବୋଲାଯାଏ । ପରକୀୟାଙ୍କର ପୁଣି 6 ଭେଦ ଅଛି ଯଥା—ଗୁପ୍ତା, ବିଦଗ୍ଧା, ଲକ୍ଷିତା, କୁଳଟା, ଅନୁଶୟାନା ଓ ମୁଦିତା—ହି. ଶ.] — [ଦ୍ର—ସଂସ୍କୃତ କାବ୍ୟମାନଙ୍କର ନାୟିକାମାନଙ୍କୁ3ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା—ସ୍ୱୀୟା ବା ସ୍ୱକୀୟା (ସ୍ୱାମୀ ପ୍ରତି ଆସକ୍ତା) ଅନ୍ୟା ବା ପରକୀୟା (ପରପୁରୁଷ ପ୍ରତି ଆସକ୍ତା), ସାଧାରଣସ୍ତ୍ରୀ (ବେଶ୍ୟା) ପରକୀୟା ନାୟିକାଙ୍କର ଦୁଇ ଭେଦ; ଯଥା—ଅନୂଢ଼ା (ଅବିବାହିତା) ଓ ଊଢ଼ା (ବିବାହିତା) ସ୍ୱେଚ୍ଛାକ୍ରମେ ପରପୁରୁଷ— ଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ବୁଦ୍ଧା ଓ ପର ପୁରୁଷର କୌଶଳ ବା ଚତୁରତାକ୍ରମେ ତାହାଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ବୋଧିତା ବୋଲାଯାଏ ପରକୀୟାଙ୍କର ପୁଣି6ଭେଦ ଅଛି ଯଥା—ଗୁପ୍ତା, ବିଦଗ୍ଧା, ଲକ୍ଷିତା, କୁଳଟା, ଅନୁଶୟାନା ଓ ମୁଦିତା—ହି. ଶ.]