ପରକୀୟ ସାଧନ Parakīya sādhana
- ସଂ. ବି. (ବୈଷ୍ଣବ ସାହିତ୍ୟ) — ପରକୀୟା ନାୟିକାର ପରପୁରୁଷ ପ୍ରତି ଯେପରି ଗଭୀର ପ୍ରଣୟ ଥାଏ ଈଶ୍ୱରଙ୍କୁ ସେହିପରି ଏକାନ୍ତ ଅନୁରାଗସହ ଭଜିବା ପ୍ରଣାଳୀ — Mode of being devoted with intense love to God like that of a woman to her paramour
- ସଂ. ବି. (ବୈଷ୍ଣବ ସାହିତ୍ୟ) — [ଦ୍ର—ଆଧୁନିକ ବୈଷ୍ଣବମାନେ ବିଷ୍ଣୁଙ୍କୁ ଭଜନା କରିବା ପାଇଁ ପରକୀୟା ନାୟିକାର ପରପୁରୁଷ ପ୍ରତି ପ୍ରଦର୍ଶିତ ସେବା ଓ ପ୍ରୀତିର ଉଲ୍ଲାଖ ଦିଅନ୍ତି। ଚୈତନ୍ୟଦେବ କଥାପ୍ରସଙ୍ଗରେ କହିଥିଲେ ଯେ ପରକୀୟା ନାୟିକା ଅର୍ଥାତ୍ ବିଟପୀ ସ୍ତ୍ରୀ ପରପୁରୁଷ ପ୍ରତି ଯେପରି ଗଭୀର ଅନୁରାଗ ଦେଖାଏ, ଭକ୍ତ ଭଗବାନଙ୍କଠାରେ ସେହିପରି ଭକ୍ତି ନ କଲେ ଭଗବତ୍ପ୍ରାପ୍ତି ଘଟେ ନାହିଁ। ଚୈତନ୍ୟଙ୍କ ପରବର୍ତ୍ତୀ ବୈଷ୍ଣବଧର୍ମଧ୍ୱଜୀମାନେ ତାହାଙ୍କର ଏହି ଭକ୍ତିର ବିଶ୍ଳେଷଣରେ ରାଧିକା ଓ ଗୋପୀମାନେ ଶ୍ରୀକୃଷ୍ଣଙ୍କର ପରକୀୟା ନାୟିକା ଥିବାର ଦୋହି ଦେଇ ପରକୀୟ ରସର ଆସ୍ୱାଦନକୁ ଭକ୍ତି ମାର୍ଗର ସାଧନ ପଥ ବୋଲି କାର୍ଯ୍ୟତଃ ଦେଖାଇଲେ ଏବଂ ତାହାର ଫଳରେ ସମାଜରେ ଉଛୃଙ୍ଖଳତା ଓ ବ୍ୟଭିଚାର ପ୍ରବେଶ କଲା ।]