ନାସ୍ତି Nāsti
- ସଂ. କ୍ରି. (ନ+ଅସ୍ତି) — (ସେ) ନ ଅଛି; ନାହିଁ — He or it; Is not; does not exist
- ଦେ. ବି. — ନିଷେଧ; ନାହିଁ କରିବା — Refusal; denial
- ଦେ. ବି. — ଶୁଣି ବେଦମତୀ କନ୍ୟା ଯେ କ୍ଷଣେ ମଉନ ହେଲା ନାସ୍ତି କରନ୍ତେଣ ରାବଣ ବଳାତ୍କାରେ ଧଇଲା। ବିଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. ବି. — ଅଭାବ — Want
- ଦେ. ବି. — ଅନସ୍ତିତ୍ୱ; ନାସ୍ତିତ୍ୱ — The state of non-existence; absence
- ଦେ. ବି. — ଶୂନ୍ୟର ଅସ୍ତି ନାସ୍ତି କହି, ଏଣୁ ତୋ ତୁଳଣା ଏ ନୋହି। ଭୂପତି. ପ୍ରେମପଞ୍ଜାମୃତ।
- ଅ. — ନାହିଁ; ଶୂନ୍ୟ — Nil; zero
- ଅ. — (ଯଥା—ଟଙ୍କା ଶୁନ୍ ଅଣା ନାସ୍ତି ତିନି ପାହୁଲା।)
- ଅ. — ନୁହେଁ — No
- ଅ. — (ଯଥା—ତିନି ଟଙ୍କା ଚାରିଅଣା ପାହି ନାସ୍ତି।)
- ଅ. — (ଗଣିତ) ଅଜ୍ଞାତ; ଜଣା ନାହିଁ — (Arithmetic Not known; unknown.)
- ଅ. — (ଯଥା—ଦୀର୍ଘ ନାସ୍ତି, ପ୍ରତି ଚାରି ପଣ, ଜମି ହେଲା ମାଣେ।)