ଜମାଉତ୍ Jamāut
- ବୈଦେ. ବି. (ଆ. ଜମାଅତ୍=ମିଳନ ସଭା) — ବହୁ ଲୋକଙ୍କ ମିଳନ — Assembly; a gathering
- ବୈଦେ. ବି. (ଆ. ଜମାଅତ୍=ମିଳନ ସଭା) — ତୀର୍ଥପର୍ଯ୍ୟଟକ ହିନ୍ଦୁ ବୈରାଗୀ ଦଳବିଶେଷ — A company of Hindu ascetics travelling through India to different centres of Pilgrimage
- ବୈଦେ. ବି. (ଆ. ଜମାଅତ୍=ମିଳନ ସଭା) — [ଦ୍ର—ଗୋଟିଏ ଗୋଟିଏ ଜମାଉତ୍ ଦଳରେ 10 ଠାରୁ 1000 ପର୍ଯ୍ୟନ୍ତ ବାବାଜୀ ଥାଆନ୍ତି। ଜମାଉତମାନେ କୌଣସି ସ୍ଥାନକୁ ଗଲେ ସେମାନଙ୍କ ଆଗମନକୁ ଜମାଉତଙ୍କ ଚଢ଼ାଉ ବା ଆକ୍ରମଣ ବୋଲାଯାଏ। ପ୍ରତି ଦଳରେ ଜଣେ ଜଣେ ମହନ୍ତ ବା ଦଳପତି ଥାଆନ୍ତି। ଏମାନଙ୍କ ସଙ୍ଗରେ ଗାଈ, ଘୋଡ଼ା, ଓଟ, ହାତୀ, ଠାକୁର, ଛତି, କାହାଳୀ ଆଦି ସବୁ ସାଜସଜ୍ଜା ଥାଏ। ଏମାନେ ଏକ ତୀର୍ଥସ୍ଥାନରୁ ଅନ୍ଯ ତୀର୍ଥସ୍ଥାନକୁ ଯିବା ବେଳେ ବାଟରେ ଯେଉଁଠାରେ ଡେରା କରନ୍ତି ସେଠାରେ ସ୍ଥାନୀୟ ଲୋକେ ଭକ୍ତିରେ ବା ଭୟରେ ଏମାନଙ୍କୁ ଖାଦ୍ୟ (ଅନ୍ନ, ରୁଟି, ଡାଲି, ଘିଅ, ଦୁଧ, ଗଞ୍ଜେଇ ଆଦି) ଯୋଗାନ୍ତି।] — [ଦ୍ର—ଗୋଟିଏ ଗୋଟିଏ ଜମାଉତ୍ ଦଳରେ10ଠାରୁ1000ପର୍ଯ୍ୟନ୍ତ ବାବାଜୀ ଥାଆନ୍ତି ଜମାଉତମାନେ କୌଣସି ସ୍ଥାନକୁ ଗଲେ ସେମାନଙ୍କ ଆଗମନକୁ ଜମାଉତଙ୍କ ଚଢ଼ାଉ ବା ଆକ୍ରମଣ ବୋଲାଯାଏ ପ୍ରତି ଦଳରେ ଜଣେ ଜଣେ ମହନ୍ତ ବା ଦଳପତି ଥାଆନ୍ତି ଏମାନଙ୍କ ସଙ୍ଗରେ ଗାଈ, ଘୋଡ଼ା, ଓଟ, ହାତୀ, ଠାକୁର, ଛତି, କାହାଳୀ ଆଦି ସବୁ ସାଜସଜ୍ଜା ଥାଏ ଏମାନେ ଏକ ତୀର୍ଥସ୍ଥାନରୁ ଅନ୍ଯ ତୀର୍ଥସ୍ଥାନକୁ ଯିବା ବେଳେ ବାଟରେ ଯେଉଁଠାରେ ଡେରା କରନ୍ତି ସେଠାରେ ସ୍ଥାନୀୟ ଲୋକେ ଭକ୍ତିରେ ବା ଭୟରେ ଏମାନଙ୍କୁ ଖାଦ୍ୟ (ଅନ୍ନ, ରୁଟି, ଡାଲି, ଘିଅ, ଦୁଧ, ଗଞ୍ଜେଇ ଆଦି) ଯୋଗାନ୍ତି]