କୋକବାୟା Kokabāyā

  • ଦେ. ବି. (ସଂ. କୋକ=ହେଟାବାଘ; ତୁଳ. ପର୍ଟୁଗୀଜ୍ କୋକ ର ଏହି ଅର୍ଥ) — ଶିଶୁମାନଙ୍କୁ ଭୟ ଦେଖାଇବା ପାଇଁ ବର୍ଣ୍ଣିତ କାଳ୍ପନିକ ଭୟଙ୍କର ଜୀବ — Bugbear; scare; a name applied to an imaginary scarecrow used to frighten infants to sleep
  • ଦେ. ବି. (ସଂ. କୋକ=ହେଟାବାଘ; ତୁଳ. ପର୍ଟୁଗୀଜ୍ କୋକ ର ଏହି ଅର୍ଥ) — [ଦ୍ର—ଅବୁଝା ଶିଶୁମାନଙ୍କୁ ରାତିରେ ଡରାଇ ଶୁଆଇ ପକାଇବା ପାଇଁ ମାତାମାନେ ଏହି ଭୟଦ୍ୟୋତକ ଶବ୍ଦ ବ୍ଯବହାର କରନ୍ତି। ଫଳତଃ କୋକବାୟାକୁ ମା କି ଶିଶୁ କେହି ଦେଖି ନାହାଁନ୍ତି। କୌଣସି କିମ୍ଭୁତ କିମାକାର ଭୟଙ୍କର ଜୀବ, 'କୋକବାୟା' କାନ କାଟି ନେବ ବୋଲି ଭୟ ଦେଖାନ୍ତି।]