କାଣ୍ଡି Kāṇḍi
- ଦେ. ବି. (ସଂ.କାଣ୍ଡ) — ରାଶି; ସ୍ତୂପ; ଗଦା — Heap; pile
- ଦେ. ବି. (ସଂ.କାଣ୍ଡ) — ପଣ୍ୟଦ୍ରବ୍ୟର ଭଣ୍ଡାର; ଗୋଦାମ; ଗଞ୍ଜ — Mart; godown; ware-house
- ଦେ. ବି. (ସଂ.କାଣ୍ଡ) — ବେଦର ମନ୍ତ୍ରପ୍ରକରଣ — A chapter or section of the Bedas
- ଦେ. ବି. (ସଂ.କାଣ୍ଡ) — ତା ଦ୍ୱାରେ ଦ୍ୱିଜମାନେ ବେଦ କାଣ୍ଡିଏ ଭାଷି। ସାରଳାମହାଭାରତ, ଆଦ୍ୟ।
- ଦେ. ବି. (ସଂ.କାଣ୍ଡ) — ଲୁଣର ଗୋଦାମ; ଲୁଣଗୋଲା — A warehouse of salt; salt-golah
- ଦେ. ବି. (ସଂ.କାଣ୍ଡ) — ଲଙ୍କାର ନଗରବିଶେଷ — Name of a city in Ceylon
- ଦେ. ବି. (ସଂ.କାଣ୍ଡ) — ଗ୍ରମସ୍ଥ କ୍ଷୁଦ୍ର ଦୋକାନ — A small village-shop
- ଦେ. ବି. (ସଂ.କାଣ୍ଡ) — ଶୂଦ୍ରଙ୍କ ବଂଶୋପାଧିବିଶେଷ — A family title amongst Ṡūdras
- ଦେ. ବି. (ସଂ.କାଣ୍ଡ) — ହାତୀଙ୍କ ତଳିପାରେ ହେବା ଏକପ୍ରକାର ରୋଗ — A kind of disease attacking the soles of elephant
- ଦେ. ବି. (ସଂ.କାଣ୍ଡ) — [ଦ୍ର—ଏଥିରେ ହାତୀର ତଳିପାରେ କଣା ହୋଇଯାଏ, ସେ କଣାରେ ଅଂଶେଇ ପଡ଼ନ୍ତି ଓ ହାତୀ ଚାଲିପାରେ ନାହିଁ।]
- ପ୍ରାଦେ. (ସିଂହଭୂମ) ବି. (ସଂ. କଣ୍ଡ ଧାତୁ=କାଣ୍ଡିବା; ତୁଳ. ହି. କାଣ୍ଡି) — ଢିଙ୍କିମୁଣ୍ଡା ପଥର — The receptacle where grains etc. are put to be husked by a ḍhiṅiki