ଆଭାସିବା Ābhāsibā

  • ଦେ. ପଦ୍ୟ. କ୍ରି — ବୋଧ ହେବା; ଅନୁମିତ ହେବା — To seem; to appear
  • ଦେ. ପଦ୍ୟ. କ୍ରି — ସୁସଞ୍ଚ ସ୍ଫୀତ ସ୍ୱର୍ଣ୍ଣ ଶଇଳ ଆଭାସୁଅଛି ଚିତ୍ରର ଯେ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ଦେ. ପଦ୍ୟ. କ୍ରି — (ଅମୁକ) ପରି ଦେଖାଯିବା — To look like
  • ଦେ. ପଦ୍ୟ. କ୍ରି — ତହୁଁ ସୁନ୍ଦର ଭାବ ନ ଦିଶିବ ପିଶାଚ ପରି ଯେତେ ଆଭାସିବ। କବିସୂର୍ଯ୍ୟ. ସଙ୍ଗୀତ।
  • ଦେ. ପଦ୍ୟ. କ୍ରି — ଉଦୟ ହେବା; ଜାତ ହେବା — To arise
  • ଦେ. ପଦ୍ୟ. କ୍ରି — ଯେବେ ଚିତ୍ତେ ତୁମ୍ଭ ପାତକ ଆଭାସୁଛି ତେବେ ତ ପ୍ରାୟଶ୍ଚିତ୍ତ କର ମୁଁ ବୋଲୁଛି। କୃଷ୍ଣସିଂହ, ମହାଭାରତ, ଶାନ୍ତି।