ଅବଲଗିତ Abalagita
- ସଂ. ବିଣ. (ଅବ+ଲଗ୍ ଧାତୁ=ଲାଗିବା+କର୍ମ. ତ) — ସଂଲଗ୍ନ; ସଂଯୁକ୍ତ — Attached; joined
- ସଂ. ବି. (ନାଟ୍ୟ ଶାସ୍ତ୍ରରେ) ଦୃଶ୍ୟ କାବ୍ୟର ପ୍ରସ୍ତାବନା ବିଶେଷ — A kind of prologue to a drama
- ସଂ. ବି. [ଦ୍ର—ଏକ ବସ୍ତୁର ଅନୁରୋଧରେ ଅପରର ସମାବେଶ ହୋଇ କାର୍ଯ୍ୟ ସମାହିତ ହେଲେ ଅର୍ଥାତ ସଦୃଶୋଦ୍ଭାବନ ହେତୁ ପାତ୍ରର ପ୍ରବେଶ ସମାହିତ ହେଲେ ଅବଲଗିତ ନାମକ ପ୍ରସ୍ତାବନା ହୁଏ; ଯଥା—ସୂତ୍ରଧାର, ଭଲ ମନେ ପକାଇଦେଲ; ମୁଁ ବିସ୍ମିତ ହୋଇ ଯାଇଥିଲି। ଦୁଷ୍ମନ୍ତ ମହାରାଜ ହରିଣ ଶିକାରରେ ଆକୃଷ୍ଟ ହୋଇ ଏଣିକି ଆସିଲା ପରି ମୋ ମନ ତୁମ୍ଭ ଗୀତରାଗରେ ଆକୃଷ୍ଟ ହୋଇ ଯାଇଥିଲା। କୁଳମଣି. ଅଳଙ୍କାର ତରଙ୍ଗିଣୀ।]