ଅତିବଡ଼ୀ Atibaṟḍ̠ī

  • ଦେ. ବି. — ଚୈତନ୍ୟ ଦେବଙ୍କ ସମସାମଯିକ ଓଡ଼ିଆ ଭାଗବତ ପ୍ରଣେତା ଭକ୍ତକବି ଜଗନ୍ନାଥ ଦାସଙ୍କ ପ୍ରବର୍ତ୍ତିତ ବୈଷ୍ଣବ ସମ୍ପ୍ରଦାୟ — Name of the sect of Ba̲i̱shṅabas started by the poet-devotee Jagannātha Dāsa whom Cha̲i̱tanya styled Atibaṟḍ̠a
  • ଦେ. ବି. — [ଦ୍ର—ଶ୍ରୀ ଚୈତନ୍ୟଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ବଡ଼ ଦେଉଳ ବେଢ଼ାମଧ୍ୟସ୍ଥ ଅକ୍ଷୟ ବଟମୂଳରେ ଜଗନ୍ନାଥ ଦାସ ତାଙ୍କ ଅନୁଦିତ ଓଡ଼ିଆ ଭାଗବତ 10 ମ ଓ 11 ଶ ସ୍କନ୍ଧ (ବ୍ରହ୍ମଜ୍ଞାନ) ପାଠ କରୁଥିଲେ। ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତି— ପ୍ରବଣତାରେ ମୁଗ୍ଧ ହୋଇ 'ଅତିବଡ଼' ଉପାଧିରେ ଡାକିଲେ। ତଦବଧି ଜଗନ୍ନାଥ ଦାସଙ୍କ ପ୍ରଚାରିତ ବୈଷ୍ଣବ ସମ୍ପ୍ରଦାୟ ଅତିବଡ଼ୀ ନାମରେ ବିଖ୍ଯାତ। ଏ ସମ୍ପ୍ରଦାୟର ସାଧକମାନେ ଜ୍ଞାନ ସାଧନ, ଦେହରେ ବାୟୁ ସାଧନ, ଶରୀର ଭେଦ ନାମକ ତାନ୍ତ୍ରିକ ସାଧନ ଓ ଜ୍ୟୋତି ଦର୍ଶନ ଆଦିକୁ ଧର୍ମର ବିଶିଷ୍ଟ ସାଧନାଙ୍ଗ ବୋଲି ଗ୍ରହଣ କରନ୍ତି। ନେମାଳମଠର ପୁରୁଷାନୁକ୍ରମିକ ଶିଷ୍ୟ ଓଡ଼ିଶାର ଗୋପାଳ ଜାତିଙ୍କ ଛଡ଼ା ଓଡ଼ିଶାର ଅନ୍ୟ ସମସ୍ତ ଶୂଦ୍ରମାନେ ଅତିବଡ଼ୀ ସମ୍ପ୍ରଦାୟଭୁକ୍ତ ଅଟନ୍ତି।] — [ଦ୍ର—ଶ୍ରୀ ଚୈତନ୍ୟଦେବ ପୁରୀଠାରେ ଅବସ୍ଥାନ କରୁଥିବା ସମୟରେ ବଡ଼ ଦେଉଳ ବେଢ଼ାମଧ୍ୟସ୍ଥ ଅକ୍ଷୟ ବଟମୂଳରେ ଜଗନ୍ନାଥ ଦାସ ତାଙ୍କ ଅନୁଦିତ ଓଡ଼ିଆ ଭାଗବତ10ମ ଓ11ଶ ସ୍କନ୍ଧ (ବ୍ରହ୍ମଜ୍ଞାନ) ପାଠ କରୁଥିଲେ ଚୈତନ୍ୟଦେବ ଜଗନ୍ନାଥଙ୍କ ଭକ୍ତି— ପ୍ରବଣତାରେ ମୁଗ୍ଧ ହୋଇ 'ଅତିବଡ଼' ଉପାଧିରେ ଡାକିଲେ ତଦବଧି ଜଗନ୍ନାଥ ଦାସଙ୍କ ପ୍ରଚାରିତ ବୈଷ୍ଣବ ସମ୍ପ୍ରଦାୟ ଅତିବଡ଼ୀ ନାମରେ ବିଖ୍ଯାତ ଏ ସମ୍ପ୍ରଦାୟର ସାଧକମାନେ ଜ୍ଞାନ ସାଧନ, ଦେହରେ ବାୟୁ ସାଧନ, ଶରୀର ଭେଦ ନାମକ ତାନ୍ତ୍ରିକ ସାଧନ ଓ ଜ୍ୟୋତି ଦର୍ଶନ ଆଦିକୁ ଧର୍ମର ବିଶିଷ୍ଟ ସାଧନାଙ୍ଗ ବୋଲି ଗ୍ରହଣ କରନ୍ତି ନେମାଳମଠର ପୁରୁଷାନୁକ୍ରମିକ ଶିଷ୍ୟ ଓଡ଼ିଶାର ଗୋପାଳ ଜାତିଙ୍କ ଛଡ଼ା ଓଡ଼ିଶାର ଅନ୍ୟ ସମସ୍ତ ଶୂଦ୍ରମାନେ ଅତିବଡ଼ୀ ସମ୍ପ୍ରଦାୟଭୁକ୍ତ ଅଟନ୍ତି]
  • ଦେ. ବିଣ. — ଅତିବଡ଼ୀ ସମ୍ପ୍ରଦାୟ ସମନ୍ଧୀୟ — Relating to the Atibaṟḍ̠i sect
  • ଦେ. ବିଣ. — (ଯଥା—ଅତିବଡ଼ୀ ତିଲକ।)