ଅତିବଳା Atibaḻā
- ସଂ. ବିଣ. ସ୍ତ୍ରୀ. (ଅତିବଳ+ଆ) — ଅତିବଳର ସ୍ତ୍ରୀଲିଙ୍ଗ — Feminine of Atibaḻa
- ସଂ. ବି. — ଗୁପ୍ତ ବିଦ୍ୟାବିଶେଷ — Name of a mysterious art
- ସଂ. ବି. — [ଦ୍ର— ଏ ବିଦ୍ୟା ପ୍ରଭାବରେ ସାଧକ କ୍ଷୁଧା ଓ ତୃଷ୍ଣାକୁ ଜୟ କରେ ଓ ସର୍ବତ୍ର ଜୟୀ ହୁଏ। ବିଶ୍ୱାମିତ୍ର ଋଷି ବଳା ଓ ଅତିବଳା ନାମକ ଦୁଇଟି ବିଦ୍ୟାକୁ କୃଶାଶ୍ୱ ଋଷିଙ୍କଠାରୁ ପ୍ରାପ୍ତ ହୋଇ ଥିଲେ। ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କ ଯଜ୍ଞ ରକ୍ଷା କରିବାକୁ ଯିବା ସମୟରେ ବାଟରେ ସେ ରାମଚନ୍ଦ୍ରଙ୍କୁ ଏ ଦୁଇ ବିଦ୍ୟା ଦୀକ୍ଷା ଦେଇ ଥିଲେ ଓ ଏହି ବିଦ୍ୟା ପ୍ରଭାବରେ ରାମଚନ୍ଦ୍ର ତାଡ଼କାଦିଙ୍କୁ ବଧ କରିବାକୁ ସମର୍ଥ ହୋଇ ଥିଲେ।]
- ସଂ. ବି. — ବଜ୍ରମୂଳୀ ଗୁଳ୍ମ; ନାଲି ବାଡ଼ିଅଅଁଳା — A plant; Sida Rhombifolia (Kirtikar)
- ସଂ. ବି. — [ଦ୍ର—ଏ ଗୁଳ୍ମ ଭାରତରେ ସର୍ବତ୍ର ଜନ୍ମେ, ଗୁଳ୍ମ ସିଧା ହୋଇ ବଢ଼େ, ଗୁଳ୍ମ ଈଷତ୍ ନାଲିଆ, ପତ୍ର ଲୋମଶ ଓ ନିମ୍ନ ପାଖ ପାଉଁଶିଆ; ଫୁଲ ହଳଦିଆ, ବର୍ଷା ଦିନେ ଫୁଟେ, ପାଚିଲା ଫଳ ପାଞ୍ଚ ଚିରୁଡ଼ା ହୋଇ ଫାଟିଯାଏ; ଏହି ଗୁଳ୍ମ ଔଷଧରେ ଲାଗେ। ବାଡ଼ି — ଅଅଁଳା ତଳେ ନୋଟ ଦେଖ]
- ସଂ. ବି. — ବାଡ଼ି ଅଅଁଳା (ଦେଖ) — Bāṟḍ̠i aañḻā (See)
- ସଂ. ବି. — ଦକ୍ଷକନ୍ୟାବିଶେଷ — Name of a daughter of Dakshya