ଅକ୍ଷୟା Akshayā
- ସଂ. ବିଣ. ସ୍ତ୍ରୀ. (ଅକ୍ଷୟ+ଆ) — ଅକ୍ଷୟର ସ୍ତ୍ରୀଲିଙ୍ଗ। — Feminine of Akshaya
- ସଂ. ବି. ସ୍ତ୍ରୀ — (ଫଳିତ ଜ୍ୟୋତିଷ) ବାର ଓ ତିଥି ଘଟିତ ଶୁଭଯୋଗ ବିଶେଷ — (Astrology) Names of certain auspicious conjuctions of week-days with lunar days
- ସଂ. ବି. ସ୍ତ୍ରୀ — [ଦ୍ର—ଏହି ତିଥିରେ କୃତ ପୁଣ୍ୟର ଫଳ ଅକ୍ଷୟ ବୋଲି ଏହି ନାମ। ରବିବାରରେ ସପ୍ତମୀ, ସୋମବାରରେ ଅମାବସ୍ୟା, ମଙ୍ଗଳବାରରେ ଚତୁର୍ଥୀ ଓ ଗୁରୁବାରରେ ଅଷ୍ଟମୀ ପଡ଼ିଲେ ସେହି ତିଥିକୁ ଅକ୍ଷୟା ବୋଲାଯାଏ।]