ଅକ୍ଷୋଭ Akshobha
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ଷୋଭ) — କ୍ଷୋଭରହିତ; ଅକାତର — Free from mental agitation
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ+କ୍ଷୋଭ) — ଚିତ୍ତଚାଞ୍ଚଲ୍ୟରହିତ — Free from mental restlessness
- ସଂ. ବି. (ନଞ ତତ୍; ଅ+କ୍ଷୋଭ)—କ୍ଷୋଭହୀନତା; କାତରତାର ଅଭାବ — Absence of mental agitation or sadness
- ବିଣ. ହସ୍ତିବନ୍ଧନ ସ୍ତମ୍ଭ; ଆଲାନ; ହାତି ବନ୍ଧା ଯିବା ଖୁଣ୍ଟ। — The post to which an elephant is tied