ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 4
ଓଡ଼ିଶାର କୃଷି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସରକାରଙ୍କ ପଦକ୍ଷେପ ବିଷୟରେ ବର୍ଣ୍ଣନା କରନ୍ତୁ।
ଓଡ଼ିଶାର କୃଷି ଗବେଷଣା କ୍ଷେତ୍ରରେ ବିଭିନ୍ନ ପ୍ରତିଷ୍ଠାନ କାର୍ଯ୍ୟ କରୁଛନ୍ତି।
1. ୧୯୫୪ ମସିହାରେ ଭୁବନେଶ୍ୱରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ଏହାର ସମ୍ପ୍ରସାରଣ କରି ୧୯୬୨ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେଲା।
2. କଟକରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଓ ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଏଠାରେ ଧାନ ଚାଷ ସମ୍ପର୍କରେ ଗବେଷଣା କରାଯାଏ।
3. କୌଶଲ୍ୟାଗଙ୍ଗରେ କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟ ଗବେଷଣା କେନ୍ଦ୍ର ଓ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ ରହିଛି।
4. ସାକ୍ଷୀଗୋପାଳରେ ନାରିକେଳ ଗବେଷଣା କେନ୍ଦ୍ର ଏବଂ ଚିପିଲିମାରେ କୃଷି ମହାବିଦ୍ୟାଳୟ କୃଷି ଗବେଷଣାରେ ସହଯୋଗ କରୁଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ପଶୁ ମହାବିଦ୍ୟାଳୟ ମଧ୍ୟ ରହିଛି।
5. ୧୯୭୬ ମସିହାରୁ କୃଷି ବିଜ୍ଞାନ କେନ୍ଦ୍ରଗୁଡ଼ିକ ସ୍ଥାପିତ ହୋଇ ଚାଷୀମାନଙ୍କୁ ବୈଜ୍ଞାନିକ ଦିଗ୍ଦର୍ଶନ ଦେଉଛନ୍ତି। ବିହନ ଯୋଗାଣ କେନ୍ଦ୍ରଗୁଡ଼ିକ ମଧ୍ୟ କୃଷକମାନଙ୍କୁ ବୈଷୟିକ ସହାୟତା ଯୋଗାଉଛନ୍ତି।
ଏହାଛଡ଼ା ମଧ୍ୟମ, କ୍ଷୁଦ୍ର ଓ ଉଠାଜଳସେଚନ ଯୋଜନା, କୃଷକମାନଙ୍କଠାରୁ ସିଧାସଳଖ ଧାନ ସଂଗ୍ରହ ଏବଂ କୃଷି ଗବେଷଣାକୁ ସରକାର ଉତ୍ସାହିତ କରୁଛନ୍ତି।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଗଡ଼ଜାତ ମିଶ୍ରଣ ପରେ ଆଦିବାସୀମାନଙ୍କୁ ଗ୍ରାମ୍ୟ ମହାଜନଙ୍କ କବଳରୁ ଉଦ୍ଧାର କରିବା ପାଇଁ କି ପ୍ରକାର ପଦକ୍ଷେପ ନିଆଗଲା?
- ଗ୍ରାମାଞ୍ଚଳ ବିକାଶ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ବର୍ଣ୍ଣନା କର।
- ଭିତ୍ତିଭୂମି କେଉଁ କ୍ଷେତ୍ରରେ ଗୋଟିଏ ଦେଶ ବା ଜାତିର ବିକାଶରେ ସହାୟକ ହୁଏ?
- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କେବେ ଏହି ନାମରେ ନାମିତ ହୋଇଥିଲା?
- ମୌଳିକ ଶିକ୍ଷା ପଦ୍ଧତିର ମୁଖ୍ୟ ଲକ୍ଷ୍ୟ କଣ? ଏହି ପଦ୍ଧତି କାହାର ସ୍ୱପ୍ନ ଥିଲା?