ଅଧ୍ୟୟନ › Class 10 · ଇତିହାସ · ଅଧ୍ୟାୟ 3
ଭାରତରେ ପରମାଣୁ ଶକ୍ତିର ବିକାଶ ଏବଂ ପୋଖରାନରେ କରାଯାଇଥିବା ପରମାଣୁ ବୋମା ପରୀକ୍ଷଣ ବିଷୟରେ ଆଲୋଚନା କର।
ସ୍ୱାଧୀନତା ପରେ ଭାରତ ବୈଜ୍ଞାନିକ ଓ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ପରମାଣୁ ଶକ୍ତିର ବିକାଶ କରିଥିଲା।
1. ୧୯୪୮ ଅଗଷ୍ଟରେ ଭାରତ ସରକାର ପରମାଣୁ ଶକ୍ତି ଆୟୋଗ ଗଠନ କଲେ। ବିଶିଷ୍ଟ ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ଏହାର ଅଧ୍ୟକ୍ଷ ହେଲେ।
2. ଜବାହରଲାଲ ନେହେରୁ ପରମାଣୁ ଶକ୍ତିର ଗୁରୁତ୍ୱ ବୁଝିଥିଲେ। ତାଙ୍କ ନେତୃତ୍ୱରେ ପରମାଣୁ ଗବେଷଣାକୁ ଉତ୍ସାହ ଦିଆଯାଇଥିଲା।
3. ଅପ୍ସରା, ସର୍କସ, ଜେରଲିନା, ଧ୍ରୁବ, ପ୍ରଥମ ଓ ଦ୍ଵିତୀୟ ପୂର୍ଣିମା, କାମିନୀ ଆଦି ରିଆକ୍ଟର କାର୍ଯ୍ୟକ୍ଷମ ହେଲା।
4. ଭାବା ଆଣବିକ ଗବେଷଣା କେନ୍ଦ୍ରର ତତ୍ତ୍ୱାବଧାନରେ ପଶ୍ଚିମବଙ୍ଗ, କାଶ୍ମୀର ଓ କର୍ଣ୍ଣାଟକରେ ଅନେକ ଗବେଷଣା କେନ୍ଦ୍ର ଗଢ଼ିଉଠିଲା।
5. ୧୯୮୪ରେ ଇନ୍ଦୋରଠାରେ ଉନ୍ନତ ବୈଷୟିକ ଜ୍ଞାନ କେନ୍ଦ୍ର ନାମକ ଗବେଷଣା ସଂସ୍ଥା ପ୍ରତିଷ୍ଠିତ ହେଲା।
6. ୧୯୭୪ ମଇ ୧୮ରେ ରାଜସ୍ଥାନର ପୋଖରାନରେ ଭାରତ ପ୍ରଥମ ପରମାଣୁ ବୋମା ବିସ୍ଫୋରଣ ପରୀକ୍ଷା କଲା।
7. ୧୯୯୮ ମଇ ୧୧ ଓ ୧୩ ତାରିଖରେ ପୋଖରାନରେ ଦ୍ୱିତୀୟଥର ପରମାଣୁ ବୋମା ପରୀକ୍ଷଣ କରାଗଲା।
ଏହି ପରୀକ୍ଷଣ କାହାକୁ ଭୟଭୀତ କରିବା ପାଇଁ ନୁହେଁ; ପରମାଣୁ ଶକ୍ତିକୁ ଜନହିତକର କାର୍ଯ୍ୟରେ ବ୍ୟବହାର କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ଲର୍ଡ଼ ମାଉଣ୍ଟବ୍ୟାଟେନଙ୍କୁ ମହାତ୍ମାଗାନ୍ଧୀ କି ପ୍ରାର୍ଥନା କରିଥିଲେ?
- ନୀଳଗିରିର ଅବସ୍ଥା ବିଷୟରେ ଓଡ଼ିଶା ସରକାର ଭାରତ ସରକାରଙ୍କୁ କିପରି ବିବରଣୀ ପ୍ରେରଣ କଲେ?
- ଗଡ଼ଜାତ ପ୍ରଜାମାନଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇବା ପାଇଁ କେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା?
- ୧୯୬୨ର ଚୀନ–ଭାରତ ଯୁଦ୍ଧ ଭାରତର ପ୍ରତିରକ୍ଷା କ୍ଷେତ୍ରରେ କିପରି ପ୍ରଭାବ ପକାଇଥିଲା?
- ରାଜ୍ୟ ହରାଇଥିବା ରାଜାମାନଙ୍କ ପାଇଁ କେଉଁ ବ୍ୟବସ୍ଥା କରାଯାଇଥିଲା ଏବଂ ଏହାକୁ କଣ କୁହାଯାଉଥିଲା?