ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9

ଜୀବମଣ୍ଡଳ (Biosphere) କ'ଣ ଏବଂ ଏହା କିପରି ଗଠିତ? ଏହାର ଗଠନରେ କେଉଁ ମଣ୍ଡଳଗୁଡ଼ିକର ସମନ୍ୱୟ ରହିଛି ବର୍ଣ୍ଣନା କର।

ଜୀବମଣ୍ଡଳର ଅର୍ଥ ଓ ଗଠନ

ଜୀବନଧାରଣ ପାଇଁ ଅନୁକୂଳ ବାତାବରଣ ଥିବା ପୃଥିବୀର ଅଞ୍ଚଳକୁ ଜୀବମଣ୍ଡଳ (Biosphere) କୁହାଯାଏ। ଏହା ପୃଥିବୀର ସମସ୍ତ ପରିସଂସ୍ଥାକୁ ନେଇ ଗଠିତ ଏକ ଆତ୍ମନିୟନ୍ତ୍ରଣକ୍ଷମ ପ୍ରାକୃତିକ ସଂସ୍ଥା।

1. ଜଳମଣ୍ଡଳ (Hydrosphere): ପୃଥିବୀପୃଷ୍ଠରେ ଥିବା ସମୁଦ୍ର, ନଦୀ, ହ୍ରଦ, ପୋଖରୀ, ଝରଣା, ହିମପ୍ରବାହ ଓ ଭୂତଳ ଜଳ ଇତ୍ୟାଦି ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ।
2. ବାୟୁମଣ୍ଡଳ (Atmosphere): ପୃଥିବୀପୃଷ୍ଠର ଚାରିପାଖରେ ଥିବା ବାୟୁର ଆବରଣକୁ ବାୟୁମଣ୍ଡଳ କୁହାଯାଏ। ଏଥିରେ ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ ରହିଛି।
3. ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ (Lithosphere): ପୃଥିବୀପୃଷ୍ଠର ମାଟି, ପଥର, ପାହାଡ଼ ଓ ପର୍ବତ ଇତ୍ୟାଦିକୁ ନେଇ ଅଶ୍ମମଣ୍ଡଳ ଗଠିତ।
4. ଏହି ତିନି ମଣ୍ଡଳର ମିଳନସ୍ଥଳରେ ପରସ୍ପର ସମନ୍ୱୟ ଘଟେ। ଜଳ, ବାୟୁ, ମାଟି, ଆଲୋକ ଓ ତାପମାତ୍ରାର ଉପଯୁକ୍ତ ସମନ୍ୱୟ ଯୋଗୁଁ ଜୀବସୃଷ୍ଟି ଓ ଜୀବନଧାରଣ ସମ୍ଭବ ହୁଏ।

ଏହିପରି ଜଳମଣ୍ଡଳ, ବାୟୁମଣ୍ଡଳ ଓ ଅଶ୍ମମଣ୍ଡଳର ସମନ୍ୱୟରେ ଜୀବମଣ୍ଡଳ ଗଠିତ ହୋଇଛି।

ଏହି ଅଧ୍ୟାୟର ଆହୁରି ପ୍ରଶ୍ନ ପଚାରନ୍ତୁ

ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ