ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 9
ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ୱ ଆଲୋଚନା କରା
ଖାଦ୍ୟ ଶୃଙ୍ଖଳ
ଗୋଟିଏ ଜୀବ ଅନ୍ୟ ଜୀବକୁ ଖାଇ ଖାଦ୍ୟ ଓ ଶକ୍ତି ପାଇବାର ଯେ କ୍ରମିକ ସମ୍ପର୍କ ଗଠିତ ହୁଏ, ତାହାକୁ ଖାଦ୍ୟ ଶୃଙ୍ଖଳ (Food chain) କୁହାଯାଏ।
1. ଖାଦ୍ୟ ଶୃଙ୍ଖଳର ପ୍ରଥମ ସ୍ତରରେ ଉତ୍ପାଦକ ଥାଆନ୍ତି। ସେମାନେ ଅଜୈବିକ ଉପାଦାନରୁ ନିଜ ଖାଦ୍ୟ ତିଆରି କରନ୍ତି।
2. ଉତ୍ପାଦକଙ୍କୁ ଖାଉଥିବା ଜୀବମାନେ ପ୍ରାଥମିକ ଭକ୍ଷକ ବା ତୃଣଭୋଜୀ। ଯଥା—ଘାସପଡ଼ିଆରେ ଝିଣ୍ଟିକା ଓ ଠେକୁଆ।
3. ପ୍ରାଥମିକ ଭକ୍ଷକଙ୍କୁ ଖାଉଥିବା ଜୀବମାନେ ଦ୍ୱିତୀୟକ ଭକ୍ଷକ ଏବଂ ତାଙ୍କୁ ଖାଉଥିବା ଜୀବମାନେ ତୃତୀୟକ ବା ଶୀର୍ଷ ଭକ୍ଷକ।
4. ଉଦାହରଣ: ଉଦ୍ଭିଦ -> ହରିଣ -> ବାଘ। ଏଠାରେ ଉଦ୍ଭିଦ ଉତ୍ପାଦକ, ହରିଣ ପ୍ରାଥମିକ ଭକ୍ଷକ ଓ ବାଘ ଶୀର୍ଷ ଭକ୍ଷକ।
5. ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଗୋଟିଏ ଖାଦ୍ୟସ୍ତରରୁ ଅନ୍ୟ ଖାଦ୍ୟସ୍ତରକୁ ଶକ୍ତିର ପ୍ରବାହ ହୁଏ। ଏହା ପରିସଂସ୍ଥାର ଜୀବମାନଙ୍କ ମଧ୍ୟରେ ଖାଦ୍ୟ ଓ ଶକ୍ତି ସମ୍ପର୍କକୁ ପ୍ରକାଶ କରେ।
6. ଖାଦ୍ୟ ଶୃଙ୍ଖଳ ଦ୍ୱାରା ଜୀବମାନଙ୍କର ପରସ୍ପର ନିର୍ଭରଶୀଳତା, ଶକ୍ତି ପ୍ରବାହ ଓ ଖାଦ୍ୟସ୍ତର ବିଷୟରେ ଜଣାପଡ଼େ।
ତେଣୁ ପରିସଂସ୍ଥାର ସନ୍ତୁଳନ ଓ କାର୍ଯ୍ୟକ୍ଷମତା ବୁଝିବାରେ ଖାଦ୍ୟ ଶୃଙ୍ଖଳର ମହତ୍ତ୍ୱ ଅତ୍ୟଧିକ।