ଅଧ୍ୟୟନ › Class 10 · ଜୀବ ବିଜ୍ଞାନ · ଅଧ୍ୟାୟ 3
ଉଦ୍ଭିଦରେ ଜଳ ପରିବହନ ଦର୍ଶାଉଥିବା ଏକ ପରୀକ୍ଷଣ ବର୍ଣ୍ଣନ କରା
ଉଦ୍ଭିଦରେ ଜଳ ପରିବହନ ଦର୍ଶାଉଥିବା ପରୀକ୍ଷଣ
ଉଦ୍ଭିଦରେ ଜଳ ଜାଇଲେମ୍ ମାଧ୍ୟମରେ ମୂଳରୁ କାଣ୍ଡ ଓ ପତ୍ରକୁ ପରିବହିତ ହୁଏ। ଏହା ଦର୍ଶାଇବା ପାଇଁ ନିମ୍ନଲିଖିତ ପରୀକ୍ଷଣ କରାଯାଏ।
ଆବଶ୍ୟକ ସାମଗ୍ରୀ: କୋନିକାଲ୍ ଫ୍ଲାସ୍କ, ଜଳ, ନାଲି କାଳି ବା ସାଫ୍ରାନିନ୍ ରଙ୍ଗ ଏବଂ ଚେରସହିତ ଏକ ହରଗୌରା ଗଛ।
ପରୀକ୍ଷଣ ପ୍ରଣାଳୀ:
1. ଏକ କୋନିକାଲ୍ ଫ୍ଲାସ୍କରେ ଅଧା ପାଣି ନିଆଯାଏ ଏବଂ ସେଥିରେ ଦୁଇ-ତିନି ବୁନ୍ଦା ନାଲି କାଳି ବା ସାଫ୍ରାନିନ୍ ମିଶାଯାଏ।
2. ଏକ ହରଗୌରା ଗଛକୁ ଚେର ସହିତ ସାବଧାନରେ ମାଟିରୁ ଉପାଡ଼ି ନିଆଯାଏ ଏବଂ ଚେରରୁ ମାଟି ଧୋଇ ଦିଆଯାଏ।
3. ଗଛଟିକୁ ଫ୍ଲାସ୍କରେ ଏପରି ଭାବରେ ଠିଆ କରାଯାଏ ଯେ ତାହାର ଚେର ନାଲି ପାଣିରେ ବୁଡ଼ି ରହିବ।
4. ପ୍ରାୟ ଏକ ଘଣ୍ଟା ପରେ ଗଛଟିକୁ ନିରୀକ୍ଷଣ କରାଯାଏ।
ପର୍ଯ୍ୟବେକ୍ଷଣ: ଗଛର କାଣ୍ଡ ଏବଂ ପତ୍ରର ଶିରା-ପ୍ରଶିରା ନାଲି ହୋଇଥିବା ଦେଖାଯାଏ।
ନିଷ୍କର୍ଷ: ନାଲି ରଙ୍ଗ ଚେରରୁ କାଣ୍ଡ ଦେଇ ପତ୍ରର ଶିରା-ପ୍ରଶିରାକୁ ପହଞ୍ଚିଥିବାରୁ ପ୍ରମାଣିତ ହୁଏ ଯେ ଜଳ ଜାଇଲେମ୍ ମାଧ୍ୟମରେ ଉଦ୍ଭିଦର ବିଭିନ୍ନ ଅଂଶକୁ ପରିବହିତ ହୁଏ।
ଏହି ଅଧ୍ୟାୟର ଅନ୍ୟ ପ୍ରଶ୍ନ
- ମଣିଷର ହୃତପିଣ୍ଡରେ ତିନି ପାଖୁଡ଼ାବିଶିଷ୍ଟ କପାଟିକା (Tricuspid valve) କେଉଁଠାରେ ଥାଏ ଏବଂ ଏହାର କାର୍ଯ୍ୟ କଣ?
- ମଣିଷ ହୃତ୍ପିଶ୍ର ଆଭ୍ୟନ୍ତରୀଣ ଗଠନ କୁଝାଆ।
- କପାଟିକା (Valve) ର କାର୍ଯ୍ୟ କଣ? ଏହା ରକ୍ତ ପ୍ରବାହରେ କିପରି ସାହାଯ୍ୟ କରେ?
- ରକ୍ତଚାପ କ’ଣ? ଏହାର ବିଭିନ୍ନ ପ୍ରକାର ଏବଂ ଉଚ୍ଚ ରକ୍ତଚାପର ପ୍ରଭାବ ବିଷୟରେ ଆଲୋଚନା କର।
- ସଂକ୍ଷେପରେ ଉତ୍ତର ଦିଆ । କୈଶିକ ଆକର୍ଷଣ ଯୋଗୁଁ ଜଳର ପରିବହନ କିପରି ହୋଇଥାଏ ?