ହିଂସକ Hiṁsaka
- ସଂ. ବିଣ. ପୁଂ—(ହିନସ୍ ଧାତୁ=ବଧ କରିବ+କର୍ତ୍ତୃ. ଅକ) — ହିଂସାକାରକ; ହିଂସ୍ର — Mischievous; seeking to hurt or kill
- ସଂ. ବିଣ. ପୁଂ—(ହିନସ୍ ଧାତୁ=ବଧ କରିବ+କର୍ତ୍ତୃ. ଅକ) — ଘାତକ — Murderous
- ସଂ. ବିଣ. ପୁଂ—(ହିନସ୍ ଧାତୁ=ବଧ କରିବ+କର୍ତ୍ତୃ. ଅକ) — ବିଦ୍ୱେଷକାରୀ; ଈର୍ଷାଯୁକ୍ତ — Malicious; spiteful
- ବି — ହିଂସ୍ର ଜନ୍ତୁ — Wild or murderous animal
- ବି — ଶତ୍ରୁ — Enemy
- ବି — ଅଥର୍ବବେଦବେତ୍ତା ବାହ୍ମଣ (ଶବ୍ଦରତ୍ନାବଳୀ) — A Brāhmaṇa versed in the 'Atharba Beda'