ହିଷ୍ଟରିଆ Hishṭariā
- ବୈଦେ. ବି (ଇଂ ହିଷ୍ଟେରିଆ) — ଯୁବତୀମାନଙ୍କର ମୂର୍ଚ୍ଛାରୋଗ ବିଶେଷ; ଶାଣ୍ଡିଲ୍ୟବାତ; ଯୁବତୀମାନଙ୍କ ମୃଗୀରୋଗ — Hysteria
- ବୈଦେ. ବି (ଇଂ ହିଷ୍ଟେରିଆ) — [ଦ୍ର—ଏହା ସାଧାରଣତଃ ଯୁବତୀ ଓ ବନ୍ଧ୍ୟାମାନଙ୍କୁ ଧରେ; ସନ୍ତାନାଦି ଜନ୍ମ ହେବା ପରେ ଏହା ବନ୍ଦ ହୋଇଯାଏ। ଏହି ରୋଗଗ୍ରସ୍ତା ସ୍ତ୍ରୀ କଳ୍ପନା କରନ୍ତି ଯେ, ତାଙ୍କର ତଣ୍ଟିପାଖରେ ଅଣ୍ଡାପରି ଗୋଟାଏ କଅଣ ପେଟ ଭିତରୁ ଉଠିଆସି ଲାଗି ଯାଇଛି। ଏଥିପାଇଁ ସେମାନେ କିଛି ଖାଇ ପାରନ୍ତି ନାହିଁ ଓ ମଝିରେ ମଝିରେ ବହୁକ୍ଷଣ ପର୍ଯ୍ୟନ୍ତ ମୂର୍ଚ୍ଛିତା ହୁଅନ୍ତି। ଏହା ମାନସିକ ଓ କାଳ୍ପନିକ ରୋଗ ବୋଲି ଡାକ୍ତରମାନେ କହନ୍ତି।]