ଶ୍ୱନିଶ Ṡwaniṡa

  • ସଂ. ବି (ମ. ପ. ଲୋ; ଶ୍ୱନ୍ ଶବ୍ଦ= କୁକୁର+ନିଶା; କୁକୁରମାନଙ୍କ ଚିତ୍କାରଯୁକ୍ତା ନିଶା) — ଯେଉଁ ରାତିରେ କୁକୁରମାନେ ରାତିଯାକ ଭାରି ଚିତ୍କାର କରନ୍ତି — A night in which the dogs of the neighbourhood bark furiously
  • ସଂ. ବି (ମ. ପ. ଲୋ; ଶ୍ୱନ୍ ଶବ୍ଦ= କୁକୁର+ନିଶା; କୁକୁରମାନଙ୍କ ଚିତ୍କାରଯୁକ୍ତା ନିଶା) — [ଦ୍ର— ଦିନେ ଦିନେ ରାତିରେ ସହରରେ ଓ ମଫସଲରେ କୌଣସି କୌଣସି କାରଣରୁ ସାହୀର କୁକୁରମାନେ ରାତିରେ ଏଣେ ତେଣେ ଦଉଡ଼ନ୍ତି ଓ ଅଧୀର ହୋଇ ଭୁକନ୍ତି। ତହିଁଆର ଦିନ ଲୋକେ ଅନୁମାନ କରନ୍ତି ଯେ, ଗତ ରାତିରେ ଚୋର, ବାଘ, ହେଟା ବା ବିଲୁଆ କେହି ଏ ସ୍ଥାନକୁ ଆସିଥିଲେ।]