ଶ୍ୱପକ୍ Ṡwapak

  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — ହାଡ଼ି; ଚଣ୍ଡାଳ — A man of the lowest caste; a member of the sweeper caste
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — [ଦ୍ର— ଶ୍ୱପଚ୍ ଚଣ୍ଡାଳଙ୍କଠାରୁ ପୃଥକ୍; ଶାସ୍ତ୍ରମତରେ ଚଣ୍ଡାଳ, ଶ୍ୱପଚ, କ୍ଷତ୍ତା, ସୂତ, ବୈଦେହକ, ମାଗଧ, ଅୟୋଗବ ଏହି ସାତ ଜାତି ଅନ୍ତ୍ୟାବସାୟୀ ଅଟନ୍ତି। ଶ୍ୱପଚଜାତି ଲଜ୍ଜାବିହୀନ; ଗ୍ରାମର ବହିର୍ଭାଗରେ ବାସକାରୀ, କୁକୁର ଓ ଗର୍ଦ୍ଦଭମାନଙ୍କ ଅଧିକାରୀ, ଶବ ଦେହୋନ୍ମୁକ୍ତ ବସ୍ତ୍ରପରିହିତ, ଏମାନଙ୍କର ପାନ— ଭୋଜନପାତ୍ର ଭଗ୍ନଭାଣ୍ଡାଦି, ଅଳଙ୍କାର କୃଷ୍ଣବର୍ଣ୍ଣ ଲୌହ, ଜୀବିକା ଦେଶ ଦେଶାନ୍ତର ବୁଲି ଭିକ୍ଷା। ରାଜାଦେଶରେ ଏମାନେ ଦିବାଭାଗରେ କୃତଚିହ୍ନିତାବସ୍ଥାରେ ଗ୍ରାମା- ଭ୍ୟାନ୍ତରରେ ବିଚରଣ କରି ପାରନ୍ତି, କିନ୍ତୁରାତିରେ ଗ୍ରାମରେ ଓ ନଗରରେ ଏମାନଙ୍କ ପ୍ରବେଶ ନିଷିଦ୍ଧ। ରାଜାଜ୍ଞାରେ ଏମାନେ ବଧ୍ୟ ବ୍ଯକ୍ତିକୁ ବଧ କରି ଓ ବନ୍ଧୁବାନ୍ଧବହୀନ ମୃତ ବ୍ୟକ୍ତିର ସତ୍କାର କରି ସେମାନଙ୍କର ବସ୍ତ୍ରାଳଙ୍କାର ଶଯ୍ଯା ଗ୍ରହଣ କରନ୍ତି। ଏମାନଙ୍କ ଅନ୍ନ- ପାନୀୟ ଉଚ୍ଚବର୍ଣ୍ଣର ହିନ୍ଦୁଙ୍କ ଅଗ୍ରାହ୍ୟ —ବିଶ୍ୱକୋଷ।]
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — ବ୍ୟାଧ — A hunter
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — ଅତି ନୀଚ କୁଳୋଦ୍ଭବ ଓ ଅସ୍ପୃଶ୍ୟ ବ୍ଯକ୍ତି — One of the dregs of society; a member of the lowest and most depressed caste; a pariah
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — ଅଜାତିଆ ଲୋକ — An outcaste
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — ବ୍ରାହ୍ମଣୀ ଗର୍ଭରୁ ଶୂଦ୍ର ଔରସରେ ଜାତ ସନ୍ତାନ — A son of a Ṡūdra father on a Brahman mother
  • ସଂ. (ଶ୍ୱ+ପଚ୍ ଧାତୁ= ରାନ୍ଧିବା+କର୍ତ୍ତୃ. କ୍ୱିପ୍;+ ଅ; ଯେଉଁମାନେ କୁକୁର ମାଂସ ପର୍ଯ୍ୟନ୍ତ ରାନ୍ଧି ଖାଆନ୍ତି) — [ଦ୍ର—ଗୃହସ୍ଥର ଦୈନିକ କର୍ତ୍ତବ୍ୟ ବୈଶ୍ୱଦେବରେ ଶ୍ୱପଚମାନଙ୍କୁ ଅନ୍ନବଳି ଦିଆ ଯିବାର ବିଧି ଶାସ୍ତ୍ରରେ ଅଛି ଓ ଅଦ୍ୟାବଧି ନିଷ୍ଠାବାନ୍ ହିନ୍ଦୁଗୃହସ୍ଥ ପ୍ରତିଦିନ ଅଗ୍ନି, ପିତୃଲୋକ, ଦେବଲୋକ, ଭୂତ, ଋଷି, ଅତିଥି, ବ୍ରାହ୍ମଣଙ୍କ ନାମରେ ବଳି ଦେବାପରେ 'ଓଁ' ଶ୍ୱେଭ୍ୟୋ ନମଃ' କହି କୁକୁରମାନଙ୍କ ଉଦ୍ଦେଶ୍ୟରେ 'ଓଁ' ଶ୍ୱପଚଭ୍ୟୋ ନମଃ' କହି ଚଣ୍ଡାଳମାନଙ୍କ ଉଦ୍ଦେଶ୍ୟରେ ଓ 'ଓଁ' ବାୟସେଭ୍ୟୋ ନମଃ' କହି କୁଆମାନଙ୍କ ଉଦ୍ଦେଶ୍ୟରେ ଅନ୍ନବଳି ଦେଇ ଥାଆନ୍ତି ଓ ତତ୍ପରେ ଗୃହସ୍ଥ ନିଜେ ଭୋଜନ କରନ୍ତି। ଏଥିରୁ ଦେଖାଯାଏ ଯେ, ଗୃହସ୍ଥ ନିଜେ ଭୋଜନ କରିବା ପୂର୍ବରୁ ସମାଗତ ଅତିଥି, ବ୍ରାହ୍ମଣ, କୁକୁର, ହାଡ଼ି, କୁଆମାନଙ୍କୁ ଖାଇବାକୁ ଦେଉଥିଲେ ଓ ଗୃହର ସମସ୍ତଙ୍କ ଭୋଜନ ପରେ ଗୃହିଣୀ ଭୋଜନ କରୁ— ଥିଲେ।]