ମାଲ Māla

  • ବୈଦେ. ବି—(ଆ. ମାଲ୍) — ଅରଟର ଚକ ଓ ତାକୁଡି ସଙ୍ଗେ ସଂଲଗ୍ନ ସୂତା — The string round the spinning wheel which turns the spindle of a spinning wheel
  • ବୈଦେ. ବି—(ଆ. ମାଲ୍) — ତନ୍ତୀର ଲୁଗା ବୁଣିବାର ଉପାଦାନ ତୁଳା ଓ ସୂତା — A weaver's ingredients (e.g. cotton and thread)
  • ବୈଦେ. ବି—(ଆ. ମାଲ୍) — [ଉ—ତନ୍ତୀ ପୁତା ! ଖାଏ ମାଲ, ଚୋରାଏ ସୂତା—ଢଗ।]
  • ବୈଦେ. ବି—(ଆ. ମାଲ୍) — ମାଲ୍ (ଦେଖ) — Māl (See)
  • ବୈଦେ. ବି—(ଆ. ମାଲ୍) — ସୁଖାଦ୍ୟ ଦ୍ରବ୍ୟ — Dainty food
  • ବୈଦେ. ବି—(ଆ. ମାଲ୍) — (ଇତର) ସୁଖଭୋଗ୍ୟା ସୁନ୍ଦରୀ ଯୁବତୀ ସ୍ତ୍ରୀ — A young, beautiful and enjoyable woman
  • ବୈଦେ. ବି—(ଆ. ମାଲ୍) — ଗୃହର ଚଳନ୍ତି ଆସବାବ୍ — Moveables and furnitures of a house
  • ବୈଦେ. ବି—(ଆ. ମାଲ୍) — ପଣ୍ୟ ଦ୍ରବ୍ୟ — Commodity
  • ଦେ. ବି — (ସଂ. ମଲ୍ଲ)— ମଲ୍ଲ; ପହିଲମାନ୍ — A wrestler
  • ଦେ. ବି — [ଉ—ହାତୀ ଘୋଡ଼ା ମାଲ ଯେ ସେ ଦେଶକୁ, ଆସିଲେ ଯୁଝିବାକୁ। କୃଷ୍ଣସିଂହ ମହାଭାରତ. ବିରାଟ।]
  • ଦେ. ବି — ଯୋଦ୍ଧା — Warrior
  • ଦେ. ବି — ବୀର — A hero