ମହାଭରୀ Mahābharī
- ସଂ. ବି — ଏକ ପ୍ରକାର ବଚ; ଘୋଡ଼ାବଚ — Curcuma Zedoaria; Curcuma Zerumbet (plant root); Zengiber Zerumbet (Kirtikar); Alpina Galanga; Zedoar (root)
- ସଂ. ବି — ଦ୍ର—ଏହି ବଚ ଦୁଇ ପ୍ରକାର। ଏକ ପ୍ରକାର ସୁଗନ୍ଧ ଓ ଅନ୍ୟପ୍ରକାର ଉଗ୍ରଗନ୍ଧ। ଏହା ହରିଦ୍ରାଦି ବର୍ଗର ବୃକ୍ଷବିଶେଷର ମୂଳ; ଚଟ୍ଟଗ୍ରାମ ଓ ପୂର୍ବ ହିମାଳୟରେ ଜନ୍ମେ। ଏହା କଫନାଶକ, ସୁସ୍ୱର କାରକ, ରୁଚିକର ଓ ହୃଦୟ, କଣ୍ଠ ଓ ମୁଖ ଶୋଧକ ମହାଭରୀ ବଚ ସ୍ଥୂଳଗ୍ରନ୍ଥି ବିଶିଷ୍ଟ ଓ ସୁଗନ୍ଧ ବଚ।]