ଭିଡ଼େଇବା Bhiṟḍ̠eibā
- ଦେ. କ୍ରି — (ଭିଡ଼ିବା କ୍ରିୟାର ଣିଜନ୍ତରୂପ)— ଅନ୍ୟଦ୍ୱାରା ଭିଡ଼ିବା କ୍ରିୟା କରାଇବା — To cause to be tightly drawn up, pressed or embraced
- ଦେ. କ୍ରି — [ଉ— ପୀଡ଼ାଇ ଓଷ୍ଠକୁ, ଭିଡ଼ାଇ ଅଙ୍ଗକୁ। କବିସୂର୍ଯ୍ୟ. ସଙ୍ଗୀତ]
- ଦେ. କ୍ରି — ଯୁଟାଇବା; ମିଳିତ କରାଇବା — To cause to meet
- ଦେ. କ୍ରି — ସଂଲଗ୍ନ କରାଇବା — To cause to stick or adhere
- ଦେ. କ୍ରି — ଚଳୁଥିବା ଯାନଆଦିର ଗତି ସ୍ଥଗିତ କରାଇବା — To cause the motion of any conveyance to be stopped