ଭଗନ୍ଦର Bhagandara
- ସଂ. ବି—[ଭଗ=ଗୁହ୍ୟଦ୍ୱାରକୁ)+ଦୃ ଧାତୁ (ବିଦୀର୍ଣ୍ଣ କରିବା+ ଅ] — ମଳଦ୍ୱାରରେ ବ୍ରଣ ବା କ୍ଷତ — Anal fistula; fistula in ano
- ସଂ. ବି—[ଭଗ=ଗୁହ୍ୟଦ୍ୱାରକୁ)+ଦୃ ଧାତୁ (ବିଦୀର୍ଣ୍ଣ କରିବା+ ଅ] — [ଦ୍ର—ଏହା ଗୁଦାବର୍ତ୍ତ ବା ଗୁହ୍ୟଦ୍ୱାରର ଦାଢ଼ରେ ଜନ୍ମେ। ଏ ବ୍ରଣ ନ ଫୁଟିଯିବା ପର୍ଯ୍ୟନ୍ତ ଏହାକୁ ପୀଡ଼ିକା ବୋଲାଯାଏ ଓ ଫୁଟିଗଲେ ଭଗନ୍ଦର ବୋଲାଯାଏ। ଏ ବ୍ରଣ ଫୁଟିଗଲେ ନାଲିଆ ଫେଣ ଓ ପୂଜ ବାହାରେ ଓ ଛିଦ୍ର ଗଭୀର ହୋଇଗଲେ ମଳ ଓ ମୂତ୍ରମାର୍ଗ ସଙ୍ଗେ ମିଳିଯାଏ—ହି.ଣ ]