ବାକୁଚି Bāku chi

  • ଦେ. ବି.—(ସଂ. ବାଗୁଚୀ) — ବର୍ଷାୟୁଃ ଶାକବିଶେଷର ବୀଜ — Psorallea Corylifolia; Serratula Anthelmintica
  • ଦେ. ବି.—(ସଂ. ବାଗୁଚୀ) — [ଦ୍ର—ଏ ଗୁଳ୍ମ ପ୍ରାୟ 2 ହାତ ଉଚ୍ଚ ହୁଏ। ଏହର ପତ୍ରରେ 1 ବା 3 ପର୍ଣ୍ଣ ଥାଏ; ଫୁଲ ଈଷତ୍ ରକ୍ତ ନୀଳ। ଏହା ଶୀତ କାଳରେ ଫୁଟେ। ଏହାର ଛୁଇଁରେ ଗୋଟିଏ ଅଣ୍ଡାକାର ମଞ୍ଜି ଥାଏ। ଏ ମଞ୍ଜି ସୁଗନ୍ଧ ଓ ତିକ୍ତ। ଏହା ପିତ୍ତବର୍ଦ୍ଧକ, କଟୁରସ ଏବଂ କେଶର ଓ ଚର୍ମର ଉପକାରକ। ଏ ଗଛର ନାମ ସୋମରାଜୀ ଓ ଏହା ଶ୍ଳେଷ୍ମା, ରକ୍ତପିତ୍ତ, ଶ୍ୱାସ, କୁଷ୍ଠ, ମେହ, ଜ୍ୱର, କୃମି ଓ ପାଣ୍ଡୁ ରୋଗନାଶକ। ଏହି ବୀଜ ଧବଳ ରୋଗର ମହୌଷଧି।] — [ଦ୍ର—ଏ ଗୁଳ୍ମ ପ୍ରାୟ2ହାତ ଉଚ୍ଚ ହୁଏ ଏହର ପତ୍ରରେ1ବା3ପର୍ଣ୍ଣ ଥାଏ; ଫୁଲ ଈଷତ୍ ରକ୍ତ ନୀଳ ଏହା ଶୀତ କାଳରେ ଫୁଟେ ଏହାର ଛୁଇଁରେ ଗୋଟିଏ ଅଣ୍ଡାକାର ମଞ୍ଜି ଥାଏ ଏ ମଞ୍ଜି ସୁଗନ୍ଧ ଓ ତିକ୍ତ ଏହା ପିତ୍ତବର୍ଦ୍ଧକ, କଟୁରସ ଏବଂ କେଶର ଓ ଚର୍ମର ଉପକାରକ ଏ ଗଛର ନାମ ସୋମରାଜୀ ଓ ଏହା ଶ୍ଳେଷ୍ମା, ରକ୍ତପିତ୍ତ, ଶ୍ୱାସ, କୁଷ୍ଠ, ମେହ, ଜ୍ୱର, କୃମି ଓ ପାଣ୍ଡୁ ରୋଗନାଶକ ଏହି ବୀଜ ଧବଳ ରୋଗର ମହୌଷଧି]